ମନ୍ମଥ ଧଳମେମୋରିଆଲ୍ ଆନ୍ତଃରାଜ୍ଯ ଭଲିବଲ୍ ଟୁର୍ଣ୍ଣାମେଣ୍ଟ ଉଦଯାପନୀ ସମାରୋହରେ ଯୋଗ ଦେଲେ ରାଜ୍ଯପାଳ ପ୍ରଫେସର ଗଣେଶୀ ଲାଲ,ସାଂସଦ ଡ଼ଃ ଅଚ୍ଯୁତ ସାମନ୍ତ ଓ ମନ୍ତ୍ରୀ ପ୍ରମିଳା ମଲ୍ଲିକ
ଉଦଯାପିତ ହେଲା ଯାଜପୁର ଜିଲ୍ଲା ଦଶରଥପୁର ବିରିପଟାରେ କିଟ ଓ ବିରିପଟା ଆଞ୍ଚଳିକ ପ୍ରଶିକ୍ଷଣ କେନ୍ଦ୍ର ପକ୍ଷରୁ ଆୟୋଜିତ ହୋଇଥିବା ମନ୍ମଥ ଧଳମେମୋରିଆଲ୍ ଆନ୍ତଃରାଜ୍ଯ ଭଲିବଲ୍ ଟୁର୍ଣ୍ଣାମେଣ୍ଟ।ଉଦଯାପନୀ ସମାରୋହରେ ମୁଖ୍ଯ ଅତିଥି ଭାବେ ମହାମହିମ ରାଜ୍ଯପାଳ ପ୍ରଫେସର ଗଣେଶୀ ଲାଲ ଯୋଗ ଦେଇ ଉଦଘାଟନ କରିଥିଲେ ।

ଯାଜପୁର(କେନ୍ୟୁଜ): ଉଦଯାପିତ ହେଲା ଯାଜପୁର ଜିଲ୍ଲା ଦଶରଥପୁର ବିରିପଟାରେ କିଟ ଓ ବିରିପଟା ଆଞ୍ଚଳିକ ପ୍ରଶିକ୍ଷଣ କେନ୍ଦ୍ର ପକ୍ଷରୁ ଆୟୋଜିତ ହୋଇଥିବା ମନ୍ମଥ ଧଳମେମୋରିଆଲ୍ ଆନ୍ତଃରାଜ୍ଯ ଭଲିବଲ୍ ଟୁର୍ଣ୍ଣାମେଣ୍ଟ।ଉଦଯାପନୀ ସମାରୋହରେ ମୁଖ୍ଯ ଅତିଥି ଭାବେ ମହାମହିମ ରାଜ୍ଯପାଳ ପ୍ରଫେସର ଗଣେଶୀ ଲାଲ ଯୋଗ ଦେଇ ଉଦଘାଟନ କରିଥିଲେ ।
ଏହି ଅବସରରେ ଭଳିବଲ ଫେଡରେସନର ସଭାପତି ତଥା କନ୍ଧମାଲ ସାଂସଦ ଡ଼ଃ ଅଚ୍ଯୁତ ସାମନ୍ତ, ରାଜସ୍ୱ ଓ ବିପର୍ଯ୍ଯୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ ଏବଂ ଦୌଡ଼ରାଣୀ ଦୁତି ଚାନ୍ଦ ପ୍ରମୁଖ ଯୋଗ ଦେଇ ଗ୍ରାମାଞ୍ଚଳରେ ଏଭଳି ଆନ୍ତରାଜ୍ଯ ଟୁର୍ଣ୍ଣାମେଂଟ ଆୟୋଜନକୁ ପ୍ରଶଂସା କରିଥିଲେ ।
ଅନ୍ଯମାନଙ୍କ ମଧ୍ୟରେ ସମାଜସେବୀ ବିଜୟ ଧଳ, ଓଡ଼ିଶାର କ୍ରୀଡା ନିର୍ଦେଶକ ଗଗନେନ୍ଦୁ ଦାସ ପ୍ରମୁଖ ଯୋଗ ଦେଇଥିଲେ।ଏହି ଟୁର୍ଣ୍ଣାମେଂଟରେ ବିଭିନ୍ନ ରାଜ୍ଯର ୬ଟି ଦଳ ଅଂଶଗ୍ରହଣ କରିଥିବା ବେଳେ ଫାଇନାଲରେ ଓଡ଼ିଶା ଟିମ ଝାଡ଼ଖଣ୍ଡ ଦଳକୁ ୨-୧ ସେଟରେ ପରାସ୍ତକରି ଚମ୍ପିୟାନ ଆଖ୍ଯା ଅର୍ଜନ କରିଛି । ମୁଖ୍ଯ ଅତିଥି ବିଜୟୀ ଦଳକୁ ଚମ୍ପିୟାନ ଟ୍ରଫି ସହ ନଗଦ ୨୫ହଜାର ଅର୍ଥରାଶି ଏବଂ ଝାରଖଣ୍ଡ ଦଳକୁ ରନର୍ସଅଫ ଟ୍ରଫି ସହ ନଗଦ ୧୫ହଜାର ଅର୍ଥରାଶି ପ୍ରଦାନ କରିଥିଲେ।