ପିଛିଲା ଭାବେ ଖଣି ଟିକସ ଆଦୟରେ ପ୍ରତିବନ୍ଧକ, କାର୍ଯ୍ୟକାରୀ ପାଇଁ ଓରିସେଡ୍ ଆଇନର ବୈଧତା ଆବଶ୍ୟକ

ଭୁବନେଶ୍ୱର : ପିଛିଲା ଭାବେ ଖଣି ଟିକସ ଆଦାୟ ପ୍ରସଙ୍ଗରେ ବିଧାନସଭାରେ ଗୁରୁତ୍ବପୂର୍ଣ୍ଣ ବିବୃତି ରଖିଛନ୍ତି ଖଣିମନ୍ତ୍ରୀ ବିଭୂତି ଭୂଷଣ ଜେନା । ଓରିସେଡ୍ ଆକ୍ଟ ୨୦୦୪ର ପୁନଃ ସଂସ୍ଥାପନ ହୋଇ ନଥିବାରୁ ସେହି ଆଇନ ଅନୁସାରେ ବକେୟା ରାଜସ୍ୱ ଆକଳନ ସମ୍ଭବ ନୁହଁ ବୋଲି କହିଛନ୍ତି ମନ୍ତ୍ରୀ । ଗୃହରେ ବିଧାୟକ ଗଣେଶ୍ବର ବେହେରାଙ୍କ ପ୍ରଶ୍ନ ଥିଲା, ଗତ ଜୁଲାଇ ମାସର ସୁପ୍ରିମକୋର୍ଟଙ୍କ ରାୟ ବଳରେ ଓଡ଼ିଶା ସରକାର ଓରିସେଡ୍ ଆଇନର ପୁନଃ ପ୍ରଣୟନ କରିବାକୁ ଚିନ୍ତା କରୁଛନ୍ତି କି । ଏହି ରାୟ ବଳରେ ଖଣିରୁ ରାଜ୍ୟକୁ ବର୍ଷକୁ କେତେ ଅଧିକ ରାଜସ୍ୱ ମିଳିବ ଏବଂ ଓ ପିଛିଲା ଭାବେ ୨୦୦୫ରୁ ବକେୟା ଖଣି ରାଜସ୍ୱ କେତେ ଉଲବ୍ଧ ହେବ ।

ଏହାର ଉତ୍ତରେ ମନ୍ତ୍ରୀ କହିଥିଲେ, ସୁପ୍ରିମକୋର୍ଟଙ୍କ ରାୟକୁ କାର୍ଯ୍ୟକାରୀ କରିବାକୁ ହେଲେ ଓରିସେଡ୍ ଆଇନର ବୈଧତା ଆବଶ୍ୟକ । କିନ୍ତୁ ଓରିସେଡ୍ ଆଇନକୁ ହାଇକୋର୍ଟ ଖାରଜ କରି ଦେଇଛନ୍ତି । ଯାହା ଏ ପର୍ଯ୍ୟନ୍ତ ପୁନଃ ସ୍ଥାପିତ ହୋଇ ପାରି ନାହିଁ । ହାଇକୋର୍ଟଙ୍କ ରାୟ ବିରୋଧରେ ସୁପ୍ରିମକୋର୍ଟରେ ହୋଇଥିବା ଆବେଦନ ବିଚାରାଧୀନ ରହିଛି । ଆଇନ ପୁନଃ ପ୍ରଣୟନ ହେଲେ ଏହାକୁ ପିଛିଲା ଭାବେ ଲାଗୁ କରିବାରେ ଆଇନଗତ ପ୍ରତିବନ୍ଧକ ରହିବା ଅନୁମାନ କରାଯାଉଛି ବୋଲି ମନ୍ତ୍ରୀ କହିଛନ୍ତି । ଯଦି ପିଛିଲା ଭାବେ ଟିକସ ଆଦାୟ ହେଲେ ରାଜ୍ୟ ସରକାରଙ୍କୁ ପ୍ରାୟ ୫୦ରୁ ୬୦ ହଜାର କୋଟି ଟଙ୍କା ରାଜସ୍ବ ମିଳିବ ।

 

 

You might also like
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।