ଚାଲିଛି ଲେଡି ବ୍ଲାକ୍‌ମେଲର ଅର୍ଚ୍ଚନା ନାଗଙ୍କ ସମ୍ପତ୍ତି ଯାଞ୍ଚ, ୫ ବର୍ଷରେ ଅର୍ଜିଛନ୍ତି ୩୦ କୋଟି !

ଭୁବନେଶ୍ୱର(କେନ୍ୟୁଜ୍): ଲେଡି ବ୍ଲାକମେରର ଅର୍ଚ୍ଚନା ନାଗଙ୍କ ସମ୍ପତ୍ତି ଯାଞ୍ଚ ଚାଲିଛି। ସୂଚନାନୁସାରେ ୫ବର୍ଷରେ ଅର୍ଚ୍ଚନା ୩୦ କୋଟି ଟଙ୍କା ଅର୍ଜିଛନ୍ତି । ଭୁବନେଶ୍ୱର ସତ୍ୟବିହାରରେ ରହିଛି ଆଲିସାନ୍‌ କୋଠା । ଯେଉଁଥିରେ ବିଦେଶୀ ଘରସଜା ସାମଗ୍ରୀ ସହ ଲକ୍ଷାଧିକ ଟଙ୍କାର ଫର୍ଣ୍ଣିଚର ମଧ୍ୟ ରହିଛି। ଲକ୍ଷ ଲକ୍ଷ ଟଙ୍କାର ଇଣ୍ଟେରିୟର ଡିଜାଇନ୍‌ ଦେଖିବାକୁ ମିଳିଛି।

ସେହିଭଳି ପାହାଳରେ ରହିଛି ଫାର୍ମ ହାଉସ୍‌ । କଳାହାଣ୍ଡି କେସିଙ୍ଗାରେ ରହିଛି ଦାମୀ କୋଠା। ଏହାସହ ଅନେକ ସ୍ଥାନରେ ତାଙ୍କର ସମ୍ପତ୍ତି ଥିବା ପୋଲିସ ଜାଣିବାକୁ ପାଇଛି। ଆଉ କେଉଁଠି ତାଙ୍କର ସମ୍ପତ୍ତି ରହିଛି ? କେତେ ଟଙ୍କାର ସମ୍ପତ୍ତି ରହିଛି? ୫ବର୍ଷରେ କେମିତି ଅର୍ଜିଲେ ୩୦ କୋଟି ? ଏତେ ଟଙ୍କା କମାଇବାର ଉତ୍ସ କ’ଣ ? ଅର୍ଚ୍ଚନାଙ୍କ ମାୟାଜାଲ କେଉଁ ଯାଏ ଲମ୍ବିଛି ? ଅର୍ଚ୍ଚନାଙ୍କ ମୁଣ୍ଡ ଉପରେ କାହାର ହାତ ରହିଥିଲା ? ଏସବୁ ପ୍ରଶ୍ନ ସମସ୍ତଙ୍କ ମନରେ ଉଙ୍କି ମାରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.