କ୍ୟାବିନେଟରେ ଅନୁମୋଦନ ଲାଭ କଲା ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଅଧିନିୟମ ନୂତନ ନିୟମ ପ୍ରଣୟନ ପ୍ରସ୍ତାବ

ଏହି ପ୍ରସ୍ତାବିତ ଆଇନରେ ଆପାର୍ଟମେଣ୍ଟରେ ଦକ୍ଷ ପରିଚାଳନା ସୁନିଶ୍ଚିତ କରିବା ବ୍ୟବସ୍ଥା ରହିଛି । ସେହିପରି ଆପାର୍ଟମେଣ୍ଟ ମାଲିକ ସଂଘର ସ୍ୱାର୍ଥ ରକ୍ଷା, ଆପାର୍ଟମେଣ୍ଟ ମାଲିକ ସଂଘ ନାଁରେ ସାଧାରଣ କ୍ଷେତ୍ର ତଥା ସୁବିଧା ପଞ୍ଜିକରଣ, ଜମି ଅଧିକାର ହସ୍ତାନ୍ତର କରାଯାଇପାରିବ ।

କେନ୍ୟୁଜ(ବ୍ୟୁରୋ): ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଅଧିନିୟମ ନୂତନ ନିୟମ ପ୍ରଣୟନ ପାଇଁ ଆଗତ ପ୍ରସ୍ତାବ କ୍ୟାବିନେଟରେ ଅନୁମୋଦନ ଲାଭ କରିଛି । ପୂର୍ବରୁ ଲାଗୁ କରାଯାଇଥିବା ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଅଧିନିୟମ, ୧୯୮୨ ଏବଂ ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ନିୟମ ୧୯୯୨ ପରିବର୍ତ୍ତେ ଏହି ନୂତନ ନିୟମ ପ୍ରଣୟନ ହେବ ।

ଏହି ପ୍ରସ୍ତାବିତ ଆଇନରେ ଆପାର୍ଟମେଣ୍ଟରେ ଦକ୍ଷ ପରିଚାଳନା ସୁନିଶ୍ଚିତ କରିବା ବ୍ୟବସ୍ଥା ରହିଛି । ସେହିପରି ଆପାର୍ଟମେଣ୍ଟ ମାଲିକ ସଂଘର ସ୍ୱାର୍ଥ ରକ୍ଷା, ଆପାର୍ଟମେଣ୍ଟ ମାଲିକ ସଂଘ ନାଁରେ ସାଧାରଣ କ୍ଷେତ୍ର ତଥା ସୁବିଧା ପଞ୍ଜିକରଣ, ଜମି ଅଧିକାର ହସ୍ତାନ୍ତର କରାଯାଇପାରିବ । ଆପାର୍ଟମେଣ୍ଟ ପୃଷ୍ଠପୋଷକ ଓ ମାଲିକଙ୍କ ଅଧିକାରର ଦାୟିତ୍ୱ, ଦକ୍ଷ ପ୍ରାଧିକରଣ ଆଦେଶ ବିରୋଧରେ ଅଭିଯୋଗର ସମାଧାନ ପାଇଁ ଆବେଦନ ବ୍ୟବସ୍ଥା ସହ ପ୍ରତି ଆପାର୍ଟମେଣ୍ଟର ମାଲିକଙ୍କ ଦାୟିତ୍ୱ ସମ୍ପର୍କରେ ପ୍ରାବଧାନ ରହିଛି ।.