‘ଆଗ ଘର ଦିଅ ତା ପରେ ଉଚ୍ଛେଦ କର’

ଭୁବନେଶ୍ୱର (କେ ନ୍ୟୁଜ୍) : ଭୁବନେଶ୍ୱର ନୀଳମାଧଵ ବସ୍ତି ଉଚ୍ଛେଦକୁ ବିରୋଧ । ବସ୍ତିରେ ଥିବା ପ୍ରାୟ ୩୦୦ପରିବାରର ସେମାନଙ୍କ ସାଧାରଣ ପରିଷଦ ବୈଠକରେ ଉଚ୍ଛେଦ ପୂର୍ବରୁ କୋଠାଘର ଯୋଗାଇ ଦେବାକୁ ଦାବି କରିଛନ୍ତି । ଯଦି ବଳପୂର୍ବକ ଘର ଭାଙ୍ଗିବାକୁ ଉଦ୍ୟମ କରାଯାଏ ତେବେ ସେମାନେ ଜୀବନକୁ ବାଜି ଲଗାଇ ଲଢ଼େଇ କରିବାକୁ ପ୍ରସ୍ତୁତ ଅଛନ୍ତି ବୋଲି ବସ୍ତି ବାସିନ୍ଦା କହିଛନ୍ତି।