ଓଲିଉଡରେ ବଢିବାରେ ଲାଗିଛି ବିବାଦ, କଳାକାରଙ୍କ କଳି ଭିତରେ ଝାରସୁଗୁଡାରେ ଫିଲ୍ମ ‘ପ୍ରଥା’କୁ ବିରୋଧ

ଓଲିଉଡରେ ବଢିବାରେ ଲାଗିଛି ବିରୋଧରେ ସ୍ବର। ଗୋଟିଏ ପରେ ଗୋଟିଏ ଓଡ଼ିଆ ଚଳଚ୍ଚିତ୍ରକୁ ବିରୋଧ କରାଯାଇ ବନ୍ଦ କରାଯାଉଛି। ଓଡ଼ିଆ ଚଳଚ୍ଚିତ୍ର ରାମକୁ ନେଇ ବିବାଦ ଲାଗି ରହିଥିବାବେଳେ ଝାରସୁଗୁଡାରେ ଏବେ ଓଲିଉଡ ଫିଲ୍ମ ‘ପ୍ରଥା’କୁ ବିରୋଧ ଦେଖିବାକୁ ମିଳିଛି ।

ଝାରସୁଗୁଡା (କେନ୍ୟୁଜ): ଓଲିଉଡରେ ବଢିବାରେ ଲାଗିଛି ବିରୋଧରେ ସ୍ବର। ଗୋଟିଏ ପରେ ଗୋଟିଏ ଓଡ଼ିଆ ଚଳଚ୍ଚିତ୍ରକୁ ବିରୋଧ କରାଯାଇ ବନ୍ଦ କରାଯାଉଛି। ଓଡ଼ିଆ ଚଳଚ୍ଚିତ୍ର ରାମକୁ ନେଇ ବିବାଦ ଲାଗି ରହିଥିବାବେଳେ ଝାରସୁଗୁଡାରେ ଏବେ ଓଲିଉଡ ଫିଲ୍ମ ‘ପ୍ରଥା’କୁ ବିରୋଧ ଦେଖିବାକୁ ମିଳିଛି । ସ୍ଥାନୀୟ ଶିବା ମଲ୍ଟିପ୍ଲେକ୍ସ ରେ ଲାଗିଥିବା ‘ପ୍ରଥା’ ଫିଲ୍ମର ପୋଷ୍ଟର ଚିରିଲେ କୋଶଲ ସେନା । ଶୁକ୍ରବାର ପ୍ରଥା ଫିଲ୍ମର ଝାରସୁଗୁଡା ଶିବା ହଲରେ ପ୍ରମିୟର ଶୋ ଲଞ୍ଚ ହେବାର ଥିଲା । କିନ୍ତୁ ଫିଲ୍ମ ଚାଲିବା ପୂର୍ବରୁ କୋଶଲ ସେନା ଆସି ଲାଗିଥିବା ସମସ୍ତ ପୋଷ୍ଟର ଓ ବେନର ଚିରି ଦେଇଥିଲେ ।

ବହୁ ପ୍ରତିକ୍ଷିତ ଝାରସୁଗୁଡା ଝିଅ ଓ ସମ୍ବଲପୁର ବୋହୂ ସାନଲିଶା ପଟେଲ୍ ପ୍ରଯୋଜିତ ଓଡିଆ ଚଳଚ୍ଚିତ୍ର “ପ୍ରଥା” ସାରା ଓଡିଶାରେ ୪୮ ଟି ହଲ୍ ରେ ମୁକ୍ତିଲାଭ କରିଥଲା। ଗତକାଲି ମ୍ୟାଟିନ୍ ସୋରେ ୧୫୦ରୁ ଊର୍ଦ୍ଧ୍ବ ଦର୍ଶକ ଦେଖୁଥିବା ବେଳେ ହଠାତ୍ କିଛି କୋଶଲ ସେନା ବାଇକ୍ ରେ ଆସି ଗଣ୍ଡଗୋଳ କରି ପୋଷ୍ଟର ବ୍ୟାନର ଚିରି ସୋ ବନ୍ଦ ପାଇଁ ଧମକ ଦେବା ସହ ଓଡିଆ ଚଳଚ୍ଚିତ୍ର ମୁର୍ଦାବାଦ କହି ଚାଲିଥିଲେ। ଏଥିସହିତ କିଛି କୋଶଲ ସେନା ଆସି ମାଇଁଣ୍ଡଗେମ୍ ଲଗାଇବାକୁ ବି ବାଧ୍ୟ କରିଥିଲେ।

ତେବେ ପୋଷ୍ଟର ବେନର ଚିରାକୁ ନିନ୍ଦା କରିଛନ୍ତି ଫିଲ୍ମର ନିର୍ମାତା ତଥା ଅଭିନେତ୍ରୀ ସାନଲିଶା ପଟେଲ । ସେ ନିଜ ସୋସିଆଲ ମିଡିଆରେ ପୋଷ୍ଟ କରି ପୋଷ୍ଟର ନ ଚିରି ସମସ୍ତଙ୍କୁ ଫିଲ୍ମ ଦେଖିବାକୁ ଅନୁରୋଧ କରିଛନ୍ତି । ଅରିନ୍ଦିମଙ୍କ ଅଭୀନିତ ରାମ ଫିଲ୍ମକୁ ସମ୍ବଲପୁରରେ ରିଲିଜ ହୋଇପାରିନଥିଲା । ଏଥିପାଇଁ ଅଭିନେତା ମନୋଜ ମିଶ୍ରଙ୍କୁ ପ୍ରଯୋଜକ ସଂଘ ଦାୟୀ କରିଥିଲା । ଏହାପରେ ତାଙ୍କ ଉପରେ ଦୁଇ ବର୍ଷ ପାଇଁ ବ୍ୟାନ କରିବାକୁ ନିଷ୍ପତି ନେଇଥିଲା । ଏହାପରେ ବିବାଦ ଉଗ୍ର ନେଇଛି ।

ଝାରସୁଗୁଡାବାସୀ ସହ ପଶ୍ଚିମ ଓଡିଶା କିଛି ଲୋକ ଚଳଚ୍ଚିତ୍ର ଦେଖିବାକୁ କଣ ପାଇଁ ବଞ୍ଚିତ ହେବେ, ଏଥିରେ ସରକାର ହସ୍ତକ୍ଷେପ ପାଇଁ ପ୍ରଯୋଜିକା ନିବେଦନ କରିଛନ୍ତି। ଯଦି ଜଣେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଫିଲ୍ମ ନିର୍ମାଣ କରେ ଓ ଏଭଳି ସମସ୍ୟାରେ ପଡେ ସେ ପ୍ରଯୋଜକ ଆଗକୁ କେବେ ଚଳଚ୍ଚିତ୍ର ପାଇଁ ସାହସ କରିବନି ବୋଲି ପ୍ରଯୋଜିକା ସାନଲିଶା ପଟେଲ୍ କହିଛନ୍ତି।

Leave A Reply

Your email address will not be published.