କେନ୍ଦ୍ରାପଡ଼ାରେ ଦୁର୍ବ୍ୟବହାର ଅଭିଯୋଗରେ ଡାକ୍ତରଙ୍କୁ ଗିରଫର ପ୍ରତିବାଦ, ସମାଧାନ ନ ହେବା ଯାଏ ଯୋଗ ଦେବେ ନାହିଁ କାର୍ଯ୍ୟରେ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ାରେ ପୋଲିସ ଓ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ଘଟଣାରେ ଡାକ୍ତରଙ୍କୁ ଗିରଫର ପ୍ରତିବାଦ । ଧାରଣାରେ ବସିଲେ ଡାକ୍ତର । ସମାଧାନ ନ ହେବା ଯାଏ କୌଣସି ଡାକ୍ତର କାର୍ଯ୍ୟରେ ଯୋଗ ଦେବେ ନାହିଁ ବୋଲି କହିଛନ୍ତି । କେବଳ ଜରୁରୀକାଳୀନ ସେବା ଯୋଗାଇ ଦିଆଯିବ ବୋଲି କହିଛନ୍ତି କେନ୍ଦ୍ରାପଡା ଜିଲ୍ଲା ଓମ୍‌ସା ସଭାପତି ।

ଗତକାଲି ସନ୍ଧ୍ୟାରେ ଖବର ସଂଗ୍ରହ କରିବାକୁ ଯାଇଥିବା ଜଣେ ୱେବ୍‌ ଚ୍ୟାନେଲର ସାମ୍ବାଦିକଙ୍କୁ ଏକ ଘରୋଇ ନର୍ସିଂହୋମର ଡାକ୍ତର ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା । ଏନେଇ ସାମ୍ବାଦିକ ଜଣଙ୍କ ଥାନାରେ ଅଭିଯୋଗ କରିଥିଲେ । ଦୁଇ ଡାକ୍ତର ଦେବାଶିଷ ସାହୁ ଓ ଶିବାଶିଷ ସାହୁଙ୍କ ସମେତ ଅନ୍ୟମାନେ ଆକ୍ରମଣ କରିଥିଲେ । ଏଥିରେ ଜଣେ ପୋଲିସ ଅଧିକାରୀ ମଧ୍ୟ ଆହତ ହୋଇଥିଲେ । ୨ ଡାକ୍ତରଙ୍କ ସମେତ ୮ ଜଣଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି କେନ୍ଦ୍ରାପଡ଼ା ଟାଉନ ଥାନା ପୋଲିସ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.