ଅଶାନ୍ତ କଳିଙ୍ଗ ନଗର: ଜଣେ ସୁରକ୍ଷା କର୍ମୀଙ୍କ ନାଁରେ ଥାନାରେ ଏତଲା, ଅନ୍ୟ ୩ ଅଟକ

ଯାଜପୁର : ଟାଟା ପାଇଁ କଳିଙ୍ଗ ନଗର ପୁଣି ଅଶାନ୍ତ । ଆନ୍ଦୋଳନକାରୀଙ୍କୁ ସୁରକ୍ଷା କର୍ମୀ ଲଗାଇ ମାଡ ମାରିବା ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି । ଆଇନ୍ ଶୃଙ୍ଖଳା ଦୃଷ୍ଟରୁ ଟାଟା ସମ୍ମୁଖରେ ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି । ଟାଟା କାରଖାନା ସାମ୍ନାରେ ବିସ୍ଥାପିତ ପରିବାରର ମହିଳା ତମ୍ବୁ ମାରି ପିଲାଛୁଆ ଧରି ଧାରଣାରେ ବସି ରହିଛନ୍ତି । ଆନ୍ଦୋଳନ ଯୋଗୁ କାରଖାନା ପରିସର ଭିତରକୁ କୌଣସି କର୍ମଚାରୀ ଯାଇ ପାରୁ ନଥିବା ବେଳେ ଭିତରେ ଥିବା କର୍ମଚାରୀ ବାହାରକୁ ବାହାରି ପାରୁ ନାହାନ୍ତି ।

ଅନ୍ୟପଟେ ଟାଟାର ସିକ୍ୟୁରିଟି ମାନଙ୍କ ଜୁଲମ୍ ବିରୋଧରେ ଗୋବର ଘାଟିର ଝରଣା ମହାନ୍ତ, ହୀରା ମୁଣ୍ଡା, ସୁମିତ୍ରା ଘୋଇ ଏବଂ ଟୁଲି ମହାନ୍ତ ଗତକାଲି କଳିଙ୍ଗନଗର ଥାନାରେ ଏତଲା ଦେଇଛନ୍ତି । ସୁମିତ୍ରା ତାଙ୍କ ଅଭିଯୋଗରେ ତାଙ୍କୁ ସୁରକ୍ଷା କର୍ମୀ ମାନେ ମାଡ ମାରି ତଳେ ପକାଇ ଚଢି ଯିବା ସହିତ ତାଙ୍କ ଶରୀରର ସମ୍ବେଦନଶୀଳ ଅଙ୍ଗକୁ ନୀଳାଚଳ ଚିଫ ସୁରକ୍ଷା ଅଫିସର ପ୍ରସନ୍ନ ଚୌଧୁରୀ ସ୍ପର୍ଶ କରିଥିବା ନେଇ ଅଭିଯୋଗ କରିଛନ୍ତି । ଟିଲୁ ତାଙ୍କ ଅଭିଯୋଗରେ ତାଙ୍କ ଜାତିଗତ ଅଶାଳୀନ ଆକ୍ଷେପ ସହ ମାଡ ମାରିଥିବା ନେଇ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରରେ ପୋଲିସ ତିନି ଜଣ ଟାଟା ପରିଚାଳିତ ନୀଳାଚଳ ଇସ୍ପାତର ସୁରକ୍ଷା କର୍ମୀଙ୍କୁ ଉଠାଇ ନେଇ ଅଟକ ରଖିଛି । ଏବେ ବି ଟାଟା ଗେଟ୍ ସମ୍ମୁଖରେ ଆନ୍ଦୋଳନ ଜାରି ରହିଛି ।

 

ଆହୁରି ପଢ଼ନ୍ତୁ : ବିଇଏମସି ବୈଠକରେ ଦୁଇ ଗୋଷ୍ଠୀ ହୋଇଛନ୍ତି ମୁହାଁମୁହିଁ, ବୈଠକରୁ ଉଠି ଚାଲିଗଲେ କମିଶନର