ରାଜ୍ୟ

ପାଣି ପାଇଁ ଗରା-ବାଲ୍ଟି ଧରି ଗ୍ରାମବାସୀଙ୍କ ପ୍ରତିବାଦ, ଭୋଟ ବର୍ଜନ ନିଷ୍ପତ୍ତି

ଯାଜପୁର(କେନ୍ୟୁଜ): ଖରାର ଉତ୍ତାପ ସହ ବଢ଼ୁଛି ଜଳକଷ୍ଟ । ତାପମାତ୍ରା ଯେତିକି ବଢ଼ୁଛି ଗାଁ ଗାଁରେ ବୃଦ୍ଧି ପାଉଛି ଜଳ ସମସ୍ୟା । ପାଣି ଟୋପେ ପାଇଁ ଅନେକ ସଂଘର୍ଷ କରୁଛନ୍ତି ଲୋକେ । କଥାରେ ଅଛି ଜଳ ବିନା ସୃଷ୍ଟି ନାଶ ଓ ଜଳ ବହୁଳେ ସୃଷ୍ଟି ନାଶ । କିନ୍ତୁ ବର୍ତ୍ତମାନ ସମୟରେ ଜଳ ବହୁଳେ ପରିବର୍ତ୍ତେ ଜଳ ବିହୁନେ ସୃଷ୍ଟି ଥରହର ହେବାର ଦୃଶ୍ୟ ସାମ୍ନାକୁ ଆସିବାରେ ଲାଗିଛି ।

ଆସନ୍ତା ଜୁନ ୧ତାରିଖରେ ଯାଜପୁର ଜିଲ୍ଲାରେ ନିର୍ବାଚନ। କିନ୍ତୁ ମୌଳିକ ସମସ୍ୟାରୁ ମୁକୁଳି ନାହାଁନ୍ତି ଗାଁ ଲୋକେ। ଖରାଦିନେ ପିଇବା ପାଣି ସମସ୍ୟା ଉତ୍କଟ ରୂପ ଧାରଣ କରିଛି । ଏନେଇ ଆଜି ଅଭିନବ ଉପାୟରେ ରାସ୍ତା ଉପରେ ଗରା ବାଲ୍ଟି ରଖି ପ୍ରତିବାଦ କରିଛନ୍ତି ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ନଳୀପୁର ପଞ୍ଚାୟତର ବିଭିନ୍ନ ୱାର୍ଡର ବାସିନ୍ଦା ।

ଏପରିକି ପାଣି ସମସ୍ୟାର ସମାଧାନ ନହେଲେ ଆଗାମୀ ନିର୍ବାଚନରେ ସମୂହ ଭୋଟ ବର୍ଜନ କରିବକୁ ନିଷ୍ପତ୍ତି ନେଇଛନ୍ତି । ତେବେ ଅଭିଯୋଗ ମୁତାବକ, ଦୀର୍ଘ ବର୍ଷ ହେବ ନଳୀପୁର ପଞ୍ଚାୟତର ବିଭିନ୍ନ ୱାର୍ଡରେ ପାନୀୟ ଜଳ ସମସ୍ୟା ଲାଗି ରହିଛି । ଫଳରେ ଗ୍ରାମବାସୀ ମାନେ ୩/୪କିମି ଅଧିକ ରାସ୍ତା ଯାଇ ପାଣି ଉପରେ ନିର୍ଭର କରୁଛନ୍ତି । ଗ୍ରାମରେ ଥିବା କିଛି ନଳକୂପରୁ ଖାରଯୁକ୍ତ ପାଣି ଆସୁଥିବାରୁ ତାହା ବ୍ୟବହାର ଅନୁପଯୋଗୀ । ଏହି ସମସ୍ୟାର ସମାଧାନ ପାଇଁ ଯେତେ ଅଭିଯୋଗ କଲେ ବି ଫଳ ଶୁନ ।

ଆଗକୁ ନିର୍ବାଚନ ଥିବାରୁ ଗ୍ରାମବାସୀ ଅତିଷ୍ଠ ହୋଇ ଗରା, ବାଲ୍ଟି ଧରି ପ୍ରତିବାଦ କରିବା ସହ ଭୋଟ ବର୍ଜନ କରିବେ ବୋଲି ନିଷ୍ପତି ନେଇଛନ୍ତି । ଏଥିସହ ବିଭିନ୍ନ ୱାର୍ଡରେ ଥିବା ଡ୍ରେନେଜ ସମସ୍ୟାର ସମାଧାନ ପାଇଁ ମଧ୍ୟ ଦାବି କରିଛନ୍ତି ।

କଥାରେ ଅଛି ଜଳ ହିଁ ଜୀବନ । ଏବେ ଅସହ୍ୟ ତାତି ସହ ଅସମ୍ଭାଳ ହେଲାଣି ଜଳ କଷ୍ଟ । ମୁନ୍ଦାଏ ପାଣି ପାଇଁ କରିବାକୁ ପଡୁଛି ପ୍ରତିବାଦ । ଗରା, ମାଠିଆ ଧରି ରାସ୍ତା ଉପରେ ବସିବାକୁ ପଡିଲାଣି ଲୋକଙ୍କୁ। ତେବେ ତୁରନ୍ତ ଏହି ଏଦିଗରେ ଉଚିତ୍ ପଦକ୍ଷପ ଗ୍ରହଣ କରିବା ସହିତ ସମସ୍ୟାର ସମାଧାନ କରିବା ନିହାତୀ ଜରୁରୀ ।

 

Sonalisa

Recent Posts

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

1 min ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

9 mins ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

24 mins ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

30 mins ago

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

44 mins ago

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

1 hour ago