ତାତିଲେ ଗ୍ରାମବାସୀ : ପାଣି ପାଇଁ ଗରା-ବାଲଟି ଧରି ରାସ୍ତାକୁ ଓହ୍ଲାଇଲେ ମହିଳା

ପାଣି ପାଇଁ ପ୍ରତିବାଦ । ଗରା ବାଲଟି ଧରି ରାସ୍ତାକୁ ଓହ୍ଲାଇଲେ ଲୋକେ । ବାରମ୍ବାର ଅଭିଯୋଗ କରିବା ପରେ ପିଇବା ପାଣି ନମିଳିବାରୁ ଶେଷରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ଗ୍ରାମବାସୀ । ହାତରେ ଗରା ବାଲଟି ଧରି ରାଜପଥ ଅବରୋଧ କରିଛନ୍ତି କପ୍ତିପଦା ବ୍ଲକ ଆଦରପଦା ଗାଁର ଲୋକେ ।

ଉଦଳା (କେନ୍ୟୁଜ): ପାଣି ପାଇଁ ରାସ୍ତାରୋକ। ଗରା, ବାଲ୍‌ଟି ଧରି ରାଜପଥ ଅବରୋଧ କଲେ ଶହ ଶହ ଗ୍ରାମବାସୀ। ପାଣି ଟୋପାଏ ପାଇଁ ରାସ୍ତା ଅବରୋଧ କରିଛନ୍ତି ଉଦଳା କପ୍ତିପଦା ବ୍ଲକ ରାମଚନ୍ଦ୍ରପୁର ପଞ୍ଚାୟତ ଆଦରପଦା ଗ୍ରାମବାସୀ। ବାରମ୍ବାର ପାଣି ଟୋପାଏ ପାଇଁ ଦାବି ପରେ ମଧ୍ୟ ପ୍ରଶାନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନି। ସମସ୍ୟାର ସମାଧାନ ପାଇଁ ଶେଷରେ ବାଧ୍ୟ ହୋଇ ରାସ୍ତା ଅବରୋଧ କରିଛନ୍ତି ଆଦରପଦା ଗ୍ରାମବାସୀ।

ଅବରୋଧ ଦ୍ୱାରା କପ୍ତିପଦା-କଳମଗଡିଆ ରାସ୍ତାରେ ଗମନାଗମନ ବାଧାପ୍ରାପ୍ତ ହୋଇଛି। ଗତ ୬ ମାସ ଧରି ପାନୀୟ ଜଳ ପାଇଁ ଡହଳ ବିକଳ ହେଉଛନ୍ତି ଲୋକେ। ଗାଁରେ ଥିବା ୨ଟି ନଳକୂପ ଦୀର୍ଘ ଦିନ ଧରି ଅଚଳ ହୋଇ ପଡିଥିବାବେଳେ ଏହାକୁ ମରାମତି କରାଯାଉନି। ଦୀର୍ଘ ଦିନ ଧରି ଏହି ଗାଁରେ ପାନୀୟ ଜଳ ସମସ୍ୟା ଲାଗି ରହିଛି । ଏନେଇ ବାରମ୍ବାର ଉପରିସ୍ଥ ଅଧିକାରୀ ତଥା ଜନପ୍ରତିନିଧିଙ୍କୁ ଅବଗତ କରାଯାଇଛି । ହେଲେ କୌଣସି ପଦକ୍ଷେପ ନିଆଯାଇନାହିଁ । ଯାହାକୁ ନେଇ ତାତିଛନ୍ତି ଗ୍ରାମବାସୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.