ଯାଜପୁର ଜିଲ୍ଲାପାଳ ଅଫିସ ସମ୍ମୁଖରେ ଅଲ ଇଣ୍ଡିଆ ସାର୍ଣ୍ଣା ଧ୍ରୋମ ଚେମନତାସ୍ରା ସଂଗଠନ ପକ୍ଷରୁ ବିକ୍ଷୋଭ

ଯାଜପୁର ଟାଉନ୍: ୪ ଦଫା ଦାବିରେ ଯାଜପୁର ଜିଲ୍ଲାପାଳ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି ଅଲ ଇଣ୍ଡିଆ ସାର୍ଣ୍ଣା ଧ୍ରୋମ ଚେମନତାସ୍ରା ସଂଗଠନ । ରାଜ୍ୟରେ ସାର୍ଣ୍ଣା ଧର୍ମକୁ ସାମ୍ବାଧାନିକ ସ୍ୱିକୃତି ପ୍ରଦାନ କରିବା ସହିତ ଏଥିପାଇଁ କୋଡର ମାନ୍ୟତା ପ୍ରଦାନ କରିବା,ବଣ ଜଂଗଲ ଓ ଜୀବଜନ୍ତୁ ମାନଙ୍କୁ ସୁରକ୍ଷା ପ୍ରଦାନ କରିବା,ଆଦିବାସୀ ପର୍ବପର୍ବାଣୀ ମାନଙ୍କରେ ରାଜ୍ୟସ୍ତରୀୟ ଉତ୍ସବ ଭାବେ ପାଳନ କରିବା ଏବଂ ଆଦିବାସୀ ମାନଙ୍କୁ ଜାହେରଗାଳ ମାନ୍ୟତା ପ୍ରଦାନ କରିବା ପାଇଁ ଦାବି କରାଯାଇଛି ।

ଆଜି ସଂଗଠନ ପକ୍ଷରୁ ଶତାଧିକ ମହିଳା ଓ ପୁରୁଷ ଯାଜପୁର ସହର ପରିକ୍ରମା କରିବା ପରେ ଜିଲ୍ଲାପାଳ ଅପିଂସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏ ନେଇ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଏକ ସ୍ମାରକପତ୍ର ମଧ୍ୟ ପ୍ରଦାନ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.