ଭୁବନେଶ୍ବର(କେନ୍ଯୁଜ୍): ଉତ୍କଳ ବିଶ୍ୱବିଦ୍ୟାଳୟ ଭିସି ଅଫିସ ଘେରାଉ। ମଧୁସୂଦନ , କ୍ୟାପିଟାଲ, ଦ ଲ କଲେଜ ଓ ବାଣୀବିହାର ଲ କଲେଜ ଛାତ୍ରଛାତ୍ରୀଙ୍କ ପ୍ରତିବାଦ। ୬ ମାସ ମଧ୍ୟରେ ୪ଟି ସେମିଷ୍ଟର ପରୀକ୍ଷାକୁ ବିରୋଧ କରି ବିକ୍ଷୋଭ କରୁଛନ୍ତି ଛାତ୍ରଛାତ୍ରୀ।
ହାଇକୋର୍ଟଙ୍କ ନିର୍ଦ୍ଦେଶ ମାନି ବାର କାଉନସିଲ୍ ନିୟମ ଅନୁସାରେ ପ୍ରମୋସନ କରିବାକୁ ଦାବି କରିଛନ୍ତି। ନହେଲେ ଅନଲାଇନ୍ ପରୀକ୍ଷା କରିବାକୁ ଦାବି କରିଛନ୍ତି ଛାତ୍ରଛାତ୍ରୀ।