ସାର ଅଭାବକୁ ନେଇ ବିକ୍ଷୋଭ: କେନ୍ଦ୍ର ବିରୋଧରେ ରାସ୍ତାକୁ ଓହ୍ଲାଇଲା ବିଜେଡି

ଭୁବନେଶ୍ୱର (କେନ୍ୟୁଜ): ସାର ଅଭାବକୁ ନେଇ ବିକ୍ଷୋଭ। କେନ୍ଦ୍ରର ଅବେହେଳା ପ୍ରସଙ୍ଗରେ ରାଜଭବନ ଆଗରେ ବିଜୁ କୃଷକ ଜନତା ଦଳ ପକ୍ଷରୁ ଧାରଣା ଦିଆଯାଇଛି। ଆବଶ୍ୟକ ପରିମାଣରେ ସାର ଯୋଗାଇ ଦେବା ଦାବିରେ ରାସ୍ତାକୁ ଓହ୍ଲାଇଛି ଦଳ। ରାଜ୍ୟପାଳଙ୍କୁ ଭେଟି ଦାବିପତ୍ର ଦେଇଛି ବିଜେଡି କୃଷକ ମୋର୍ଚ୍ଚା । ଦାବି ପୂରଣ ନହେଲେ ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲି ଦଳ ଚେତାବନୀ ଦେଇଛି।

ଓଡ଼ିଶାକୁ ସାର ଯୋଗାଣକୁ ନେଇ ଗତ ଜୁଲାଇ ମାସରେ ଚିଠି ଲେଖିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହେଲେ କେନ୍ଦ୍ର ପର୍ଯ୍ୟାପ୍ତ ସାର ଦେଇନଥିବାରୁ ବିକ୍ଷୋଭ କରାଯାଉଛି। ସେପଟେ ବିଜେଡିର ବିଯୋଗ ଉପରେ ପ୍ରତିକ୍ରିୟା ରଖିଛି ବିଜେପି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.