ବୈଜୟନ୍ତ ପଣ୍ଡାଙ୍କ ଗିରଫ ଦାବିରେ ବଲାଙ୍ଗୀର ଜିଲ୍ଲାର ଆଦିବାସୀ କଲ୍ୟାଣ ସଂଘର ବିକ୍ଷୋଭ

Baijayant Panda

ଭୁବନେଶ୍ବର : ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଗିରଫ ଦାବିରେ ବଲାଙ୍ଗୀର ଜିଲ୍ଲାର ଆଦିବାସୀ କଲ୍ୟାଣ ସଂଘ, ତୁରେଇକେଲା ଶାଖା ପକ୍ଷରୁ ତହସିଲ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ । ସଂଘ ଅଭିଯୋଗ କରିଛି ଯେ କିଟ୍‌,କିସ୍‌ ବିରୋଧରେ ବୈଜୟନ୍ତ ପଣ୍ଡା ଷଡଯନ୍ତ୍ର କରୁଛନ୍ତି । ସେହିପରି କିଟ୍‌,କିସ୍‌ ବିରୋଧରେ ଓଟିଭି ଅପପ୍ରଚାର କରୁଛି ଓ ଗୁଣ୍ଡାଶ୍ରେଣୀର ଲୋକଙ୍କୁ ମଧ୍ୟ ଲଗାଯାଉଛି । ଏ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ତହସିଲଦାରଙ୍କୁ ସଂଘ ପକ୍ଷରୁ ସ୍ମାରକ ପତ୍ର ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.