ଟାଟା କାରଖାନାର ଫାଟକ ସାମ୍ନାରେ ବିସ୍ଥାପିତଙ୍କ ଧାରଣା ବେଳେ ଉତ୍ତେଜନା, ଆନ୍ଦୋଳନକାରୀଙ୍କୁ ଆକ୍ରମଣ

ଯାଜପୁର : ଟାଟା କାରଖାନାର ଫାଟକ ସାମ୍ନାରେ ବିସ୍ଥାପିତଙ୍କ ଧାରଣା ବେଳେ ଉର୍ତ୍ତେଜନା । ଗତକାଲି ବିଳମ୍ବିତ ରାତିରେ ଟାଟା ପରିଚାଳିତ ନୀଳାଚଳ କାରଖାନା ସମ୍ମୁଖରେ ଧାରଣାରତ ଆନ୍ଦୋଳନକାରୀଙ୍କୁ ସୁରକ୍ଷାକର୍ମୀ ନିସ୍ତୁକ ମାଡ ମାରିଥିବା ଅଭିଯେୋଗ ହୋଇଛି । ଏଥିରେ ଆହତ ହୋଇ ଦୁଇ ଜଣ ଚିକିତ୍ସାଧିନ ଅଛନ୍ତି । ଆନ୍ଦୋଳନକାରୀଙ୍କୁ ଟାଟା ସୁରକ୍ଷା ବାହିନୀ ଆକ୍ରମଣକୁ ନିନ୍ଦା କରିଛି ସିଭିଲ ସୋସାଇଟ ଫୋରମ ଯାଜପୁର, ସର୍ବହରା ସୁରକ୍ଷା ସମିତି, ମୂଳନିବାସି ଉନାଇଟେଡ଼ ଫୋରମ, ସାମାଜିକ ସମତା ଅଭିଯାନ ଯାଜପୁର ଓ ଏସସି ଏସଟି ଜଏଣ୍ଟ ଆକ୍ସନ କମିଟି । ଘଟଣାସ୍ଥଳରେ ଶାନ୍ତି ଶୃଙ୍ଖଳା ପାଇଁ ୧୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ଅଛନ୍ତି ।
ସୂଚନା ଅନୁସାରେ ଯାଜପୁର ରୋଡ କଳିଙ୍ଗନଗର ଶିଳ୍ପାଞ୍ଚଳର ଟାଟା ଷ୍ଟିଲ କାରଖାନାର ଫାଟକ ଗୁଡିକୁ ଜମିହରା ବିସ୍ଥାପିତ ବାସିନ୍ଦା ବନ୍ଦ କରିବାକୁ ଆସିଥିଲେ। ସମସ୍ତ ଫାଟକରେ ଶତାଧିକ ମହିଳା, ଯୁବକ ସେମାନଙ୍କର ଦାବି ପୂରଣ ପାଇଁ ନାରା ଦେଇଥିଲେ । ବିସ୍ଥାପିତଙ୍କ ଅଭିଯୋଗ, ଟାଟା କମ୍ପାନୀ କର୍ତ୍ତୃପକ୍ଷ ହଜାର ହଜାର ବାହାର ଲୋକଙ୍କୁ ନିଯୁକ୍ତି ଦେଉଛି । ଯେଉଁମାନଙ୍କ ଜମିରେ କାରଖାନା ନିର୍ମାଣ ହୋଇଛି ସେମାନଙ୍କୁ ପ୍ରତିଶ୍ରୁତି ଦେଇ କମ୍ପାନୀ କର୍ତ୍ତୁପକ୍ଷ ପ୍ରତିଶୃତି ପାଳନ କରୁନଥିବା ଅଭିଯୋଗ ହୋଇଛି ।
ଆହୁରି ପଢନ୍ତୁ : ଶିମିଳିପାଳରୁ ଶିକାରୀ ଧରାଇଲା AI କ୍ୟାମେରା: ୨ ଗିରଫ ,୩ ଅଭିଯୁକ୍ତ ଫେରାର