ବାଂଶପାଳ : ସମାକୋଇ ଚକଧର ପ୍ରକଳ୍ପକୁ ବିରୋଧ । ଆଜି ତେଲକୋଇ ବଜାର ସମେତ ସମସ୍ତ ସରକାରୀ କାର୍ଯ୍ୟାଳୟ ଓ ୪୯ନଂ ଜାତୀୟ ରାଜପଥକୁ ୧୨ଘଣ୍ଟିଆ ବନ୍ଦ ଡାକରା ଦେଇଛି ତେଲକୋଇ ଚକଧର ସମନୟ କମିଟି । ଏଥିରେ ସାଧାରଣ ଲୋକଙ୍କ ସହିତ ବିଭିନ୍ନ ସଂଗଠନର ସର୍ମଥନ ରହିଥିବା ଜଣାପଡିଛି । ବନ୍ଦ ଯୋଗୁଁ ଗାଡ଼ି ମୋଟର ଚଳାଚଳ ସହିତ ଦୋକାନ ବଜାର ମଧ୍ୟ ବନ୍ଦ ରହିଛି । କେବଳ ଆମ୍ବୁଲାନ୍ସ ଓ ଅନ୍ୟ ଅତ୍ୟାବଶ୍ୟକ ସେବାକୁ ଛାଡ଼ି ଦେଲେ ସ୍କୁଲ କଲେଜ ସରକାରୀ ଓ ବେସରକାରୀ ଅଫିସ୍କୁ ମଧ୍ୟ ସମ୍ପୁର୍ଣ୍ଣ ବନ୍ଦ କରାଯାଇଛି ।
ବମ୍ବେ-କଲିକତା ୪୯ ନମ୍ବର ଜାତୀୟ ରାଜପଥକୁ ଜଗମୋହନପୁର ଛକ ଠାରେ ବିକ୍ଷୋଭ କାରୀ ଅବରୋଧ କରିଛନ୍ତି । ଫଳରେ ରାସ୍ତାର ଦୁଇ ପାର୍ଶ୍ୱରେ ଶହ ଶହ ଗାଡିମଟର ଅଟକି ରହିଛି । ତେଲକୋଇ ବଜାର ସହିତ ଜଗମୋହନ ପୁର ବଜାର ମଧ୍ୟ ବନ୍ଦ ରହିଛି। ଫଳରେ ଲୋକେ ନାହିଁଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।