ଥାନା ଆଗରେ ଯୁବକଙ୍କ ଆତ୍ମାହୂତି ଘଟଣା: ଆଇଆଇସିଙ୍କ ସସପେଣ୍ଡ ଦାବିରେ ଲୋକଙ୍କ ବିକ୍ଷୋଭ

ସଲେପୁର(କେନ୍ୟୁଜ୍): ଗତକାଲି ଯେଉଁଭଳି ଭାବେ ଜଣେ ବ୍ୟକ୍ତି ଥାନା ସମ୍ମୁଖରେ ନିଜ ଦେହରେ ପେଟ୍ରୋଲ ଢାଳି ଆତ୍ମାହୁତି ଉଦ୍ୟମ କରିଛନ୍ତି ତାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଗଭିର ଅସନ୍ତୋଷ ଦେଖା ଦେଇଛି ।  ଆଜି ଥାନା ଅଧିକାରୀଙ୍କୁ ବହିଷ୍କାର ସହ ସିସିଟିଭିକୁ ଯାଞ୍ଚ କରିବା ଦାବି ନେଇ ସ୍ଥାନୀୟ ଜନସାଧାରଣ କଂଗ୍ରେସ୍ ସହ ଵିଭିନ୍ନ ସଙ୍ଗଠନ ପକ୍ଷରୁ କିଶୋର ନଗର ଥାନା ସମ୍ମୁଖରେ ବିକ୍ଷୋଭ କରାଯାଉଛି।  ସୁଚନା ଯୋଗ୍ୟ ଯେ ଗତ କାଲି ଇସାଣିବରମପୁର ଗାଁର ଗୁଣନିଧି ବିଶୋଇ ଥାନାକୁ ଆସିଥିଲେ।

ଗତ ସପ୍ତାହ ତଳେ ସେ ଜମିଜମା ମାମଲା ନେଇ ଥାନାରେ ଏତେଲା ଦେଇଥିଲେ। ଏନେଇ ଏକ ମାମଲା ମଧ୍ୟ ରୁଜୁ ହୋଇଥିଲା ମାତ୍ର କୌଣସି ନ୍ୟାୟ ନପାଇ ଆତ୍ମହତ୍ୟା କରି ପ୍ରାୟ ୮୦ ଭାଗ ପୋଡି ହୋଇ ଥିଲେ ।ଯଦି ଆସନ୍ତା କାଲି ସୁଦ୍ଧା  କୌଣସି କାର୍ଯ୍ୟାନୁଷ୍ଠାନ ନିଆ ନଯାଏ ତେବେ ସମଗ୍ର ଆଠଗୋଟି ପଞ୍ଚାୟତର ଲୋକେ ଧାରଣାରେ ବସିବା ସହ ରାସ୍ତା ରୋକ ପାଇ ଚେତାବନୀ ଦେଇ ଛନ୍ତି।