ଝାରସୁଗୁଡ଼ାରେ ମନସ୍ତତ୍ୱବିତ୍ ଟିମ୍: ଗୋପାଳ ଦାସର ମାନସିକ ସ୍ୱାସ୍ଥ୍ୟ ଯାଞ୍ଚ ଜାରି

ଝାରସୁଗୁଡ଼ା (କେନ୍ୟୁଜ): ସତ ଉଗାରୁଛି କିଲର ଏଏସଆଇ । ଗୋପାଳ ଦାସକୁ ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡରେ ନେଇ ହତ୍ୟାର ରହସ୍ୟ ଭେଦୁଛି କ୍ରାଇମବ୍ରାଞ୍ଚ ଟିମ୍‌ । ତାର ଲେୟର୍ଡ ଭଏସ୍‌ ଆନାଲିସିସ୍‌ ବା LVA ଟେଷ୍ଟ ପରେ ଗୋପାଳର ମାନସିକ ସ୍ଥିତିର ଅନୁଧ୍ୟାନ ଚାଲିଛି । ଝାରସୁଗୁଡ଼ା OSAP ଦ୍ୱିତୀୟ ବାଟାଲିୟନଠାରେ ମାନସିକ ସ୍ଥିତି ଅନୁଧ୍ୟାନ କରୁଛନ୍ତି ଡାକ୍ତରୀ ଟିମ୍‌ । ଅଭିଯୁକ୍ତର ମାନସିକ ସ୍ଥିତି ଯାଞ୍ଚ ପାଇଁ ଗଠନ କରାଯାଇଛି ସ୍ୱତନ୍ତ୍ର ମେଡିକାଲ୍‌ ବୋର୍ଡ ।

ଏଥିରେ ୫-୬ ଜଣ ବଛା ବଛା ବିଶେଷଜ୍ଞ ଡାକ୍ତର ରହିଛନ୍ତି । ବଡ଼ ବଡ଼ କ୍ରାଇମରେ ମେଡିକାଲ୍‌ ବୋର୍ଡ ଗଠନ କରାଯାଇଥାଏ । ପ୍ରଥମ ପର୍ଯ୍ୟାୟ ଜେରା ବେଳେ ଗୋପାଳ ଦୋଷ ସ୍ୱୀକାର କରିଥିବା ବେଳେ ନବ ଦାସଙ୍କୁ ହତ୍ୟାର କାରଣ କହୁନି । ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡରେ ମର୍ଡର ଥିଓରୀର ସତ ବାହାର କରିବ କ୍ରାଇମବ୍ରାଞ୍ଚ । ଧରା ପଡ଼ିବ ଗୋପାଳ ଦାସର ମିଛ । ଅଭିଯୁକ୍ତର ଲେୟର୍ଡ ଭଏସ୍‌ ଆନାଲିସିସ୍‌ ବା ଏଲଭିଏ ଟେଷ୍ଟ ଓ ସାଇକୋଲୋଜିକାଲ୍‌ ଆସେସମେଣ୍ଟ ରିପୋର୍ଟକୁ ଅପେକ୍ଷା ରହିଛି । ଦିଲ୍ଲୀରୁ ଆସିଥିବା ସେଣ୍ଟ୍ରାଲ୍‌ ଫୋରେନସିକ୍‌ ସାଇନ୍ସ ଲାବ୍‌ ବା CFSL ଟିମ୍‌ LVA ଓ ସାଇକୋଲୋଜିକାଲ୍‌ ଆନାଲିସିସ ଟେଷ୍ଟ କରାଇଛି । ଏହି ଦୁଇଟି ପରୀକ୍ଷା ଦ୍ୱାରା ଜଣା ପଡ଼ିବ ଗୋପାଳ କେତେ ସତ କହୁଛି ଓ କେତେ ମିଛ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.