ସମ୍ବଲପୁର: ସଡ଼କ ଦୁର୍ଘଟଣାକୁ ନେଇ ତାତିଲେ ଲୋକେ, କାର୍ରେ ଲଗାଇଦେଲେ ନିଆଁ
ସଡ଼କ ଦୁର୍ଘଟଣାକୁ ନେଇ ତାତିଲେ ଲୋକେ। ଦୁର୍ଘଟଣା ଘଟାଇଥିବା କାର୍ରେ ନିଆଁ ଲଗାଇଦେଲେ ଉତ୍ୟକ୍ତ ଲୋକେ। ସମ୍ବଲପୁର ପାଞ୍ଚ ଗଛିଆ ନିକଟରେ କାରଟି ଗୋଟିଏ ବାଇକ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ହିଁ ଜଣଙ୍କର ମୃତ୍ୟୁ ହୋଇଥିଲା। ଏ ଘଟଣାରେ ଆଉ ଜଣେ ଆହତ ହୋଇଛନ୍ତି। ଏହି ଦୁର୍ଘଟଣାକୁ ନେଇ ଉତ୍ୟକ୍ତ ହୋଇ ଲୋକେ କାରରେ ନିଆଁ ଲଗାଇ ଦେଇଥିଲେ। ଘଟଣାସ୍ଥଳରେ ଉତ୍ତେଜନା ବଢିବାରୁ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲା। ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।