ଗଜପତି: ଦୁର୍ଘଟଣା ଘଟାଇ ଘଟଣା ସ୍ଥଳରୁ ଚମ୍ପଟ ମାରୁଥିଲେ ନିର୍ବାହୀ ଯନ୍ତ୍ରୀ, କାବୁ କରି ନିର୍ଧୁମ ଛେଚିଲେ ଲୋକେ
ମୋହନା(କେନ୍ୟୁଜ୍): ଦୁର୍ଘଟଣା ଘଟାଇ ଘଟଣା ସ୍ଥଳରୁ ଚମ୍ପଟ ମାରିବା ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ପଡିଲା ମହଙ୍ଗା । ଗୋଡାଇ ଗୋଡାଇ କାବୁ କଲେ ଓ ନିର୍ଧୁମ ଛେଚିଲେ ଲୋକ । ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ପଥରଗଡ ବୁଲାଣି ରାସ୍ତାରେ ଆଜି ଏକ କାର ସହ ବାଇକର ମୁହାଁମୁହିଁ ଧକ୍କା ହୋଇ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ବାଇକ ଆରୋହୀ ଦୁଇ ଜଣ ଆହାତ ହୋଇଛନ୍ତି । ଆହାତ ମନେ ହେଲେ କାମ୍ପଗୁଡା ଗ୍ରାମର ତ୍ରିନାଥ ନାୟକ ଓ ପଥରଗଡ ଗ୍ରାମର ବାସିନି ପାଇକ ।
ଆହତମାନଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଚନ୍ଦ୍ରଗିରି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି । ଅପରପକ୍ଷେ ଦୁର୍ଘଟଣା ଘଟାଇ ଘଟଣା ସ୍ଥଳରୁ କାର ନେଇ ଚମ୍ପଟ ମାରୁଥିବା ଆର ଉଦୟଗିରି କ୍ଷୁଦ୍ର ଜଳସେଚନ ବିଭାଗୀୟ ସହକାରୀ ଯନ୍ତ୍ରୀ ଅଶୋକ ସେଠୀଙ୍କୁ ସ୍ଥାନୀୟ ବାସିନ୍ଦା ଗୋଡାଇ ଗୋଡାଇ ଧରିବାରେ କାବୁ କରିଥିଲେ । ଏବଂ ଉତ୍ତେଜନା ମୁଳକ ପରିସ୍ଥିତି ଯୋଗୁଁ କିଛି ଲୋକେ ମାଡ ମାରିଥିଲେ । ପରେ ସ୍ଥାନୀୟ ଲୋକଙ୍କ ହସ୍ତକ୍ଷେପ ଓ ବୁଝାସୁଝା ପରେ ଯନ୍ତ୍ରୀ ମହାଶୟ ଦୁଇ ଆହାତଙ୍କୁ ଦେଖିବାକୁ ଚନ୍ଦ୍ରଗିରି ମେଡିକାଲ ଯାଇଥିବା ଦେଖିବାକୁ ମିଳିଛି । ଘଟଣା ସ୍ଥଳରେ ମୋହନା ପୋଲିସ ଟିମ ପହଞ୍ଚି ତଦନ୍ତ ଜାରି ରଖିଛି ।