ବାଲେଶ୍ବରରେ ମଦ ପାଇଁ ଗୋଷ୍ଠୀ ସଂଘର୍ଷ, ପିଟା ଖାଇଲା ପୋଲିସ

ବାଲେଶ୍ବର(କେନ୍ୟୁଜ୍):ହୋଲିରେ ମଦ ପିଇବାକୁ ନେଇ ଗଣ୍ଡଗୋଳ। ପୋଲିସ ଉପରେ ଆକ୍ରମଣ । ଦୁଇ ଜଣ ସବଇନସପେକ୍ଟରଙ୍କ ସହ ୭ ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି। ଘଟଣା ଘଟିଛି ବାଲେଶ୍ୱର ଖନ୍ତାପଡ଼ା ଗୋପାଳପୁର ବଜାରରେ। ଏକ ବିଦେଶୀ ମଦ ଦୋକାନରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଚାଲିଥିବା ବେଳେ ନିୟନ୍ତ୍ରଣ ପାଇଁ ପହଞ୍ଚିଥିଲା ପୋଲିସ। ଏହି ସମୟରେ ପୋଲିସ୍‌ ଉପରେ ମଧ୍ୟ ଗଣ୍ଡଗୋଳକାରୀ ଆକ୍ରମଣ କରିଥିଲେ। ଏଥିରେ ଦୁଇ ଜଣ ପୋଲିସ ସବ୍‌ଇନିସପେକ୍ଟରଙ୍କ ସମେତ ୭ ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି। ସେମାନଙ୍କୁ ପ୍ରଥମେ ଖନ୍ତାପଡ଼ା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଦୁଇ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବାଲେଶ୍ୱର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଗଣ୍ଡଗୋକାରୀଙ୍କ ଭିତରୁ ମଧ୍ୟ ଦୁଇ ଜଣ ଆହତ ହୋଇଛନ୍ତି। ଉତ୍ତେଜନା ପରେ ଗୋପାଳପୁରରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି। ଘଟଣା ସ୍ଥଳରେ ଅତିରିକ୍ତ ଏସପି ତପନ ମହାନ୍ତି ଓ ଏସଡିପିଓ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.