ଆଜିଠୁ ଶ୍ରୀମନ୍ଦିରରେ ନୂଆ ଏସଓପି ଆଧାରରେ ଦର୍ଶନ ଆରମ୍ଭ, ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ଭକ୍ତ

ପୁରୀ (କେନ୍ୟୁଜ): ଆଜିଠୁ ଶ୍ରୀମନ୍ଦିରରେ ନୂଆ ଏସଓପି ଆଧାରରେ ଦର୍ଶନ ଆରମ୍ଭ । ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ମହାପ୍ରଭୁଙ୍କୁ ଦର୍ଶନ କରି ପାରିବେ ଭକ୍ତ । ଶନିବାର ମଧ୍ୟ ଦର୍ଶନ ମିଳିବ । ଏଣିକି ଶ୍ରୀମନ୍ଦିର ପରିସରରେ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ମହାପ୍ରସାଦ ସେବନ କରି ପାରିବେ ଭକ୍ତ । ମନ୍ଦିର ଭିତରେ ଦୀପ ଲଗାଇବା କଟକଣାକୁ ମଧ୍ୟ ସାମାନ୍ୟ କୋହଳ କରାଯାଇଛି ।

କେବଳ ସାନିଟାଇଜ ପାଇଁ ରବିବାର ଦର୍ଶନ ବନ୍ଦ ରହିବ । ପ୍ରମୁଖ ପର୍ବପର୍ବାଣୀ ଦିନ ମଧ୍ୟ ବନ୍ଦ ରହିବ ମନ୍ଦିର । ତେବେ ସାଧାରଣ ଦର୍ଶନ ପାଇଁ ପୂର୍ବଭଳି ଦୁଇଡୋଜ୍‌ ଟିକା କିମ୍ବା ୯୬ ଘଣ୍ଟା ମଧ୍ୟର RTPCR ନେଗେଟିଭ୍‌ ରିପୋର୍ଟ ଦେଖାଇବା ବାଧ୍ୟତାମୂଳକ ରହିଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.