ମକର ସଂକ୍ରାନ୍ତିରେ କଲରାବାଙ୍କରେ ଯୋଡି ହେଲା ଆଉ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ: ଉଦଘାଟନ ହେଲା ପ୍ରଥମ ପବ୍ଲିକ୍ ଡାଟା ଅଫିସ୍

କଟକ(କେନ୍ୟୁଜ୍): କଟକ ଜ଼ିଲ୍ଲାର ଆଦର୍ଶ ଗ୍ରାମ କଲରାବାଙ୍କରେ ମକର ସଂକ୍ରାନ୍ତି ଅବସରରେ ଯୋଡି ହେଲା ଆଉ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ । ଓଡିଶାରେ ପ୍ରଥମ ଥର ପାଇଁ ଲଞ୍ଚ ହୋଇଛି ପ୍ରଥମ ପବ୍ଲିକ୍ ଡାଟା ଅଫିସ୍ । SUSTAINABLE OUTREACH AND UNIVERSAL LEADERSHIP LIMITED (SOUL) ଦ୍ୱାରା ପ୍ରଥମ ପବ୍ଲିକ୍ ଡାଟା ଅଫିସ୍ କଲରାବାଙ୍କରେ ଉଦଘାଟିତ ହୋଇଛି । BSNL ର ଫାଇବର କେବୁଲ ବିଛା ଯାଇଥିବାରୁ ଲୋକେ ୱାଇଫାଇ ଦ୍ୱାରା ଉପକୃତ ହୋଇ ପାରିବେ ।
ଏହାକୁ ଉଦଘାଟନ କରିଛନ୍ତି ସୋଲ୍ ଚେୟାରପର୍ସନ ପ୍ରଫେସର ସସ୍ମିତାରାଣୀ ସାମନ୍ତ । ମାଆ ଦକ୍ଷିଣକାଳୀ ମନ୍ଦିର ପରିସରରେ କୋଭିଡ କଟକଣାରେ ଆୟୋଜିତ ଉଦଘାଟନୀ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ BSNLର ବରିଷ୍ଠ ଅଧିକାରୀ, କଲରାବାଙ୍କ ଗ୍ରାମ କମିଟି ଓ ନୀଳିମାରାଣୀ ଚ୍ୟାରିଟେବୁଲ ଟ୍ରଷ୍ଟର କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ଥିଲେ ।