ମଦ ପିଇ ମାତାଲ ହୋଇ ଅଫିସରେ ହଙ୍ଗାମା କରୁଥିଲେ ଆରଆଇ ବାବୁ, ବହାରୁ ତାଲା ପକାଇଦେଲେ ଲୋକେ

ଅସ୍ତରଙ୍ଗ(କେନ୍ୟୁଜ୍):  ଅସ୍ତରଙ୍ଗ ତହସିଲ ଅଧିନ କେନ୍ଦ୍ରାପଟି ଆରଆଇଙ୍କ ଅଫିସରେ ମଦ ପିଇ ମାତାଲ ରହୁଛନ୍ତି ଆରଆଇ । ଆଜି କିଛି ଲୋକ ସେମାନଙ୍କ କାର୍ଯ୍ୟ ପାଇଁ କେନ୍ଦ୍ରାପଟି ଆରଆଇ ଅଫିସକୁ ଯାଇଥିବା ବେଳେ ସେଠାରେ ଆରଆଇ ଦିପ୍ତିରଞ୍ଜନ ମହାପାତ୍ର ନିଶାସକ୍ତ ଅବସ୍ଥାରେ ଥିଲେ । ଏଥିସହ ତାଙ୍କ ଚେୟାରରେ କିଛି ବାହାର ପିଲା ବସି ରହିଥିବା ବେଳେ ତାଙ୍କ ଅଫିସ ଭିତରେ ଏକ ଖଟରେ ଜଣେ ବ୍ୟକ୍ତି ସୋଇଥିବାର ଦେଖିବାକୁ ମିଳିଛି ।

ଆରଆଇ ଅଫିସ ଭିତରେ ମଦ ବୋତଲ ଥିବା ସହ କିଛି ଆପତ୍ତିଜନକ ପଦାର୍ଥ ପଡିଥିବା ଦେଖିବାକୁ ମିଳିଛି । ଏଭଳି ଅବସ୍ଥା ଦେଖି ଆରଆଇ ଅଫିସକୁ ଯାଇଥିବା ଲୋକମାନେ ଆରଆଇଙ୍କୁ ଅଫିସ ଭିତରେ ତାଲା ପକାଇ ରଖିଥିଲେ । ଅସ୍ତରଙ୍ଗ ତହସିଲଦର ଘଟଣାସ୍ଥଳରେ ପହଞ୍ଚି ଆରଆଇଙ୍କୁ ଉଦ୍ଧାର କରିଥିଲେ । ଏସମ୍ପର୍କରେ ଆରଆଇ ଦିପ୍ତିରଞ୍ଜନ ମହାପାତ୍ର ଅଭିଯୋଗକୁ ଖଣ୍ଡନ କରିଛନ୍ତି । ପୂର୍ବରୁ ଦିପ୍ତିରଞ୍ଜନ ଅସ୍ତରଙ୍ଗ ଆରଆଇ ସର୍କଲରେ ଆରଆଇ ଭାବେ କାର୍ଯ୍ୟ କରୁଥିବା ବେଳେ ସମାନ ଅଭିଯୋଗ ପାଇଁ କେନ୍ଦ୍ରାପଟିକୁ ବଦଳି ହୋଇଥିଲା । ତେଣୁ ଏଭଳି ଜଣେ ନିଶାସକ୍ତ ଓ ଅସମାଜିକ ଆରଆଇ ଙ୍କୁ ଅସ୍ତରଙ୍ଗ ଅଞ୍ଚଳରୁ ବିଦା କରିବାକୁ ଦାବି କରିଛନ୍ତି ଅସ୍ତରଙ୍ଗ ବ୍ଲକ ଉପାଧ୍ୟକ ଦୁର୍ଜୟ କୁମାର ମିଶ୍ର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.