ପ୍ରସ୍ତାବିତ ଜିନ୍ଦଲ ପ୍ରକଳ୍ପ ପାଇଁ ଢିଙ୍କିଆ ପଞ୍ଚାୟତରେ ଜନଶୁଣାଣି ଶିବିର ଅନୁଷ୍ଠିତ

ଜଗତସିଂହପୁର(କେ ନ୍ୟୁଜ): ପ୍ରସ୍ତାବିତ ଜିନ୍ଦଲ ପ୍ରକଳ୍ପ ପାଇଁ ଢିଙ୍କିଆ ପଞ୍ଚାୟତରେ ଜନଶୁଣାଣି ଶିବିର ଅନୁଷ୍ଠିତ। ହାଇକୋର୍ଟଙ୍କ ଦ୍ୱାରା ଗଠିତ ୫ଜଣିଆ ଆଇନଜୀବୀ କମିଟି ଢିଙ୍କିଆରେ ପହଞ୍ଚି ଶୁଣାଣି କରିଛନ୍ତି। ପଞ୍ଚାୟତ କାର୍ଯ୍ୟାଳୟରେ ଆୟୋଜିତ ଜନଶୁଣାଣି ଶିବିରରେ ଉଭୟ ସପକ୍ଷ ଓ ବିପକ୍ଷବାଦୀ ନିଜର ମତାମତ ରଖିଥିଲେ। ଗାଁ ଲୋକମାନେ ଜନଶୁଣାଣି ଶିବିରରେ ଜିଲ୍ଲାପାଳ ଓ ଏସପିଙ୍କ ସମ୍ମୁଖରେ ବିନା ଭୟରେ ମତ ରଖିବାପାଇଁ ଜିଲ୍ଲା

ପ୍ରଶାସନ ଗ୍ରାମବାସୀଙ୍କୁ ପରାମର୍ଶ ଦେଇଛି। ତୃତୀୟ ଥର ପାଇଁ ହୋଇଥିବା ଜନଶୁଣାଣି ଶିବିରରେ କିଛି ଜିନ୍ଦଲ ବିରୋଧୀ ସେମାନଙ୍କ ମତ ସାବ୍ୟସ୍ତ କରିବାକୁ ଚାହୁଁଥିଲା ବେଳେ ସେମାନଙ୍କୁ ସେଠାକୁ ଛଡ଼ାଯାଇନଥିଲା। ଫଳରେ କିଛି ସମୟ ପାଇଁ ଉତ୍ତେଜନା ଦେଖାଦେଇଥିଲା। ତେବେ ପରେ ସପକ୍ଷ ଓ ବିପକ୍ଷଙ୍କ ମତାମତ ସଂଗ୍ରହ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.