ଗଜପତି: ଫାର୍ମାସିଷ୍ଟ କରୁଛନ୍ତି ମନମୁଖୀ ଶାସନ, ଛେଳିଗଡ ମେଡିକାଲରେ ତାଲା ପକାଇଲେ ସ୍ଥାନୀୟ ଲୋକେ
ମୋହନା(କେନ୍ୟୁଜ୍): ଗଜପତି ଜିଲ୍ଲା ଆର.ଉଦୟଗିରି ବ୍ଲକ ଛେଳିଗଡ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ତାଲା ପକାଇଲେ ସ୍ଥାନୀୟ ଲୋକେ । ଏହି ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ଛେଳିଗଡ , ଅବାରସିଂ , ରଣ୍ଡିବା ପଞ୍ଚାୟତ ସମେତ ପାଖାପାଖି ୫୦ରୁ ଅଧିକ ଗ୍ରାମବାସୀ ନିର୍ଭର କରନ୍ତି । ତେବେ ସ୍ୱାସ୍ଥ୍ୟକେନ୍ଦ୍ରରେ ନିଯୁକ୍ତି ପାଇଥିବା ଡାକ୍ତର ନିୟମିତ ରହୁନଥିବା ବେଳେ ଫାର୍ମାସିଷ୍ଟ ମନମୁଖୀ କାର୍ଯ୍ୟ କରୁଥିବା ଲୋକେ ଅଭିଯୋଗ କରିଛନ୍ତି ।
ଫାର୍ମାସିଷ୍ଟ ଚିକିତ୍ସା ପାଇଁ ଲୋକଙ୍କ ଠାରୁ ଟଙ୍କା ଆଦାୟ କରିବା ସହ ଦୁର୍ବ୍ୟବହାର କରୁଛନ୍ତି । ଏସମ୍ପର୍କରେ ସ୍ଥାନୀୟ ଲୋକେ ବାରମ୍ବାର ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଜଣାଇଲେ ମଧ୍ୟ କେହି ଅଭିଯୋଗ ଶୁଣୁନାହାନ୍ତି । ଏଣୁ ବାଧ୍ୟ ହୋଇ ମେଡ଼ିକାଲରେ ତାଲା ପକାଯାଇଛି ବୋଲି ଲୋକେ କହିଛନ୍ତି । ତେବେ ଡାକ୍ତରଙ୍କ ବାସଗୃହକୁ ଫାର୍ମାସିଷ୍ଟ ମାଡିବସିଥିବା ଓ ମେଡିକାଲ କର୍ମଚାରୀଙ୍କୁ ଦୁର୍ବ୍ୟବହାର କରୁଥିବା ଯୋଗୁଁ ସେ ରହୁନଥିବା ଡାକ୍ତର କହିଛନ୍ତି । ଅନ୍ୟ ପକ୍ଷରେ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଫାର୍ମାସିଷ୍ଟ ।