ଆସନ୍ତାକାଲି ଓ ୨ତାରିଖ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବନ୍ଦ: ଜାନୁଆରୀ ୩ରୁ କୋଭିଡ ନେଗଟିଭ ରିପୋର୍ଟ ଦେଖାଇ ସର୍ବସାଧାରଣ ଦର୍ଶନ ଆରମ୍ଭ

ପୁରୀ: ଶ୍ରୀମନ୍ଦିରରେ ଆଜି ବି ପୁରୀ ସହରରେ ରହୁଥିବା ଭଡାଟିଆ ଓ କର୍ମଜୀବୀ ପାଇଥିବା ସ୍ୱତନ୍ତ୍ର ଟୋକନ୍‌ ନେଇ ପ୍ରଭୁଙ୍କ ଦର୍ଶନ କରିପାରିବେ । ସଂଧ୍ୟା ୭ଟା ଯାଏ ଏମାନଙ୍କୁ ଦର୍ଶନ ସୁଯୋଗ ମିଳିବ ।

ଆସନ୍ତାକାଲି ଓ ୨ ତାରିଖ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ । ରାଜ୍ୟ ଓ ରାଜ୍ୟ ବାହାର ଭକ୍ତଙ୍କ ପାଇଁ ଆସନ୍ତା ଜାନୁଆରୀ ୩ ତାରିଖରୁ ଦର୍ଶନ ବ୍ୟବସ୍ଥା କରାଯିବ । ଜାନୁଆରୀ ୩ରୁ କୋଭିଡ ନେଗଟିଭ ରିପୋର୍ଟ ଦେଖାଇ ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ। ପରୀକ୍ଷାମୂଳକ ଭାବେ ପ୍ରଥମେ ୫୦୦୦ ଭକ୍ତ ଦର୍ଶନ କରିବେ।

Leave A Reply

Your email address will not be published.