ମୂର୍ତ୍ତିର ଉଚ୍ଚତା ଚାରି ଫୁଟ କାହିଁକି ରଖାଗଲା? ପୁଣି ହାଇକୋର୍ଟଙ୍କ ଦ୍ଵାରସ୍ଥ ହେବା ପାଇଁ ସଜବାଜ ହେଲାଣି ପୂଜା କମିଟି

କଟକ(କେନ୍ଯୁଜ୍):ମୂର୍ତ୍ତି ଉଚ୍ଚତା କଟକଣାକୁ କୋହଳ କରିବା ପାଇଁ ପୁଣି ହାଇକୋର୍ଟଙ୍କ ଦ୍ଵାରସ୍ଥ ହେବା ପାଇଁ ସଜବାଜ ହେଲାଣି ଦୈତନଗରୀ କଟକ – ଭୁବନେଶ୍ୱର ପୂଜା କମିଟି । ମୂର୍ତ୍ତିର ଉଚ୍ଚତା ଚାରି ଫୁଟ କାହିଁକି ରଖାଗଲା ବୋଲି ପ୍ରଶ୍ନ କରିବା ସହ ସରକାର ଏହାର ତର୍କ ରଖନ୍ତୁ ବୋଲି ଦାବି କରିଛି ।

ହାଇକୋର୍ଟ ମାମଲା ଖାରଜ କଲେ ଆବଶ୍ୟକ ପଡିଲେ ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ହେବ କମିଟି । ଏଥିପାଇଁ ସମସ୍ତ ପୂଜା କମିଟି, ଶାନ୍ତି କମିଟି ଓ ସାହି ମୂରବୀଙ୍କ ସହ ଆଲୋଚନା କରି କୋର୍ଟରେ ମାମଲା ରୁଜୁ କରାଯିବ । ଆବଶ୍ୟକ ପଦକ୍ଷେପ ଗ୍ରହଣ ନକଲେ ଆଗାମୀ ସମୟରେ ଜନସାଧାରଣ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଦୈତନଗରୀ କଟକ – ଭୁବନେଶ୍ୱର ଗଣେଶ ପୂଜା କମିଟି ଚେତାବନୀ ଦେଇଛି । ଗତକାଲି ମୂର୍ତ୍ତି ଉଚ୍ଚତା ନେଇ କଟକ ବାଲୁବଜାର ପୂଜା କମିଟି ଆବେଦନ ହାଇକୋର୍ଟରେ ଖାରଜ ହୋଇଥିଲା । ରାଜ୍ୟ ସରକାରଙ୍କ ଅଗଷ୍ଟ ୯ ଗାଇଡଲାଇନରେ ହସ୍ତକ୍ଷେପ କରିବାକୁ କୋର୍ଟ ମନା କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.