ଭିନ୍ନକ୍ଷମ ନାବାଳିକାଙ୍କୁ ଦୁଷ୍କର୍ମ ମାମଲା, ଅଭିଯୁକ୍ତକୁ ୨୫ ବର୍ଷ ସଶ୍ରମ କାରାଦଣ୍ଡ ଶୁଣାଣି କଲେ ଅତିରିକ୍ତ ଜିଲ୍ଲା ଦୌରା ଜଜ

କନ୍ଧମାଳ (କେନ୍ୟୁଜ): ଦିବ୍ୟାଙ୍ଗ ନାବାଳିକା ଦୁଷ୍କର୍ମ ମାମଲାର ଦୋଷୀ ବାବୁଲି କୁଦେଇକୁ ୨୫ ବର୍ଷ ସଶ୍ରମ କାରାଦଣ୍ଡ ସହ ୨୫ ହଜାର ଟଙ୍କା ଜରିମାନା । ଫୁଲବାଣୀ ଅତିରିକ୍ତ ଜିଲ୍ଲା ଦୌରା ଜଜ ତଥା ସ୍ୱତନ୍ତ୍ର ପୋକସୋ କୋର୍ଟ ବିଚାରପତି ସଞ୍ଜିତ କୁମାର ବେହେରା ଅଭିଯୁକ୍ତକୁ ଦୋଷୀ ଶୁଣାଇବା ସହ ରାୟ ଶୁଣାଇଛନ୍ତି । ଜରିମାନା ଅନାଦେୟ ହେଲେ ଅଧିକ ୨ ବର୍ଷ ଜେଲଦଣ୍ଡ ଭୋଗିବାକୁ ପଡିବ ।

୨୦ ଜଣ ସାକ୍ଷୀ, ଡାକ୍ତରୀ ମାଇନା ରିପୋର୍ଟ ଓ ପୀଡିତାଙ୍କ ବୟାନକୁ ଆଧାର କରି ଅଭିଯୁକ୍ତକୁ ଦଣ୍ଡାଦେଶ ହୋଇଛି । ସେହିପରି ଛଅ ଲକ୍ଷ ଟଙ୍କା ଖ୍ୟାତି ପୂରଣ ଦେବାକୁ ଜିଲ୍ଲା ଆଇନ ସେବା ପ୍ରାଧିକରଣକୁ କୋର୍ଟ ନିର୍ଦେଶ ଦେଇଛନ୍ତି । ୨୦୧୯ ମସିହାରେ ଦିବ୍ୟାଙ୍ଗ ନାବାଳିକା ଖେଳୁଥିବା ବେଳେ ଅଭିଯୁକ୍ତ ତାଙ୍କୁ ଅପହରଣ କରିବା ସହ ଦୁଷ୍କର୍ମ କରିଥିଲା । ଏ ନେଇ ପୀଡିତାଙ୍କ ପରିବାର ଲୋକେ ସଦର ଥାନାରେ ମାମଲା ରୁଜୁ କରି ଥିଲେ । ପରେ ବାବୁଲି କୁଡେଇକୁ ଗିରଫ କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.