ଦଶାହ ଭୋଜିରେ ଯୋଗ ନଦେବାରୁ କାନ ଧରି ଉଠ ବସ୍‌ କରାଇଲେ ସରପଞ୍ଚ : ଭିଡିଓ ଭାଇରାଲ୍‌

ସାମାନ୍ୟ ଭୁଲ ପାଇଁ ଶାସ୍ତି । ଦଶାହ ଭୋଜିରେ ଯୋଗ ନଦେବାରୁ ଦଣ୍ଡ ମିଳିଲା ।

ନବରଙ୍ଗପୁର : ସାମାନ୍ୟ ଭୁଲ ପାଇଁ ଶାସ୍ତି । ଦଶାହ ଭୋଜିରେ ଯୋଗ ନଦେବାରୁ ଦଣ୍ଡ ମିଳିଲା । କାନ ଧରି ଉଠ ବସ୍‌ ହେବାକୁ ପଡ଼ିଲା । ଏଭଳି ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ହାତିବେଡ଼ା ଗାଁରେ । ଉଠ ବସ୍‌ କରାଉଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି ପୂର୍ବତନ ସରପଞ୍ଚ ରାମ ମାଝୀ । ଗାଁର ଯଦୁ ଭଦ୍ରାଙ୍କୁ ଉଠ ବସ୍‌ କରାଇଥିଲେ । କାରଣ ହେଲା, ରାମଙ୍କର ଜଣେ ସମ୍ପର୍କୀୟଙ୍କ ଦଶାହରେ ଆସି ନଥିଲେ ଯଦୁ । ଏଥିରେ ଉତକ୍ଷିପ୍ତ ହୋଇ ରାମ ତାଙ୍କୁ ଘରକୁ ଡ଼ାକି ଗାଳି ଗୁଳଜ କରିବା ସହ ଭୁଲ ପାଇଁ ୫ ଥର ଉଠ ବସ୍‌ କରାଇଥିଲେ । ଏହି ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବା ପରେ ଘଟଣା ସାମନାକୁ ଆସିଛି । ଘଟଣାକୁ ସ୍ୱୀକାର କରିଛନ୍ତି ରାମ ମାଝୀ ।

You might also like