ପଞ୍ଜାବ ହରିୟାଣା ହାଇକୋର୍ଟ ବିଚାରପତି ଜଷ୍ଟିସ ଯଶୱନ୍ତ ସିଂହଙ୍କ ଓଡ଼ିଶା ହାଇକୋର୍ଟକୁ ବଦଳି

କଟକ(କେନ୍ଯୁଜ୍): ପଞ୍ଜାବ ହରିୟାଣା ହାଇକୋର୍ଟ ବିଚାରପତି ଜଷ୍ଟିସ ଯଶୱନ୍ତ ସିଂହଙ୍କ ଓଡ଼ିଶା ହାଇକୋର୍ଟକୁ ବଦଳି । ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଏ ନେଇ କେନ୍ଦ୍ର ଆଇନ ବିଭାଗ ବିଧିବଦ୍ଧ ବିଜ୍ଞପ୍ତି ଜାରି କରିଛି। ଗତ ୧୬ ତାରିଖରେ ଏ ନେଇ ସୁପ୍ରିମକୋର୍ଟଙ୍କ କଲେଜିୟମ ସୁପାରିଶ କରିଥିଲେ । ସେହିଭଳି ଜଷ୍ଟିସ ଅରିନ୍ଦମ ସିହ୍ନାଙ୍କ ଓଡ଼ିଶା ହାଇକୋର୍ଟକୁ ବଦଳି ହୋଇଛି । ଏହାସହ ଓଡ଼ିଶା ହାଇକୋର୍ଟରୁ ଜଷ୍ଟିସ ସଞ୍ଜୟ କୁମାର ମିଶ୍ରଙ୍କର ଉତ୍ତରାଖଣ୍ଡ ହାଇକୋର୍ଟକୁ ବଦଳି ହୋଇଛି। ଏହି ଅଦଳବଦଳ ପରେ ଓଡ଼ିଶା ହାଇକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୧୪କୁ ବୃଦ୍ଧି ପାଇଛି।

ଜଷ୍ଟିସ ଅରିନ୍ଦମ ସିହ୍ନା ୧୯୯୧ରୁ କଲିକତା ହାଇକୋର୍ଟରୁ ଓକିଲାତି ଆରମ୍ଭ କରିଥିଲେ। ୨୦୧୩ରେ କଲିକତା ହାଇକୋର୍ଟ ବେଞ୍ଚକୁ ଅତିରିକ୍ତ ଜଜ୍‌ ଭାବେ ପଦୋନ୍ନତି ପାଇଥିଲେ। ୨୦୧୬ ମାର୍ଚ୍ଚ ମାସରେ କଲିକତା ହାଇକୋର୍ଟରେ ବିଚାରପତି ଭାବେ ନିଯୁକ୍ତିି ପାଇଥିଲେ । ସେହପରି ଜଷ୍ଟିସ ଯଶୱନ୍ତ ସିଂହ ୧୯୮୬ରେ ଓକିଲ ଭାବେ ପଞ୍ଜିକୃତ ହେବା ପରେ ୧୯୮୮ରୁ ସିରସା ଜିଲ୍ଲା କୋର୍ଟରେ ଓକିଲାତି ଆରମ୍ଭ କରିଥିଲେ। ୧୯୯୧ରେ ଚଣ୍ଡିଗଡ଼ ଯାଇ ପଞ୍ଜାବ-ହରିୟାଣା ହାଇକୋର୍ଟରେ ଓକିଲାତି କରିଥିଲେ। ଏହାପରେ ସେହି ହାଇକୋର୍ଟରେ ସରକାରୀ ଓକିଲ ଭାବେ ବହୁ ଦିନ କାର୍ଯ୍ୟ କରିଥିଲେ। ୨୦୦୭ ଡିସେମ୍ବର ମାସରୁ ପଞ୍ଜାବ ଓ ହରିୟାଣା ହାଇକୋର୍ଟରେ ବିଚାପତି ଭାବେ କାର୍ଯ୍ୟକରି ଆସୁଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.