ମେ ଫେୟାରରେ ଆୟୋଜିତ ହୋଇଛି ପଞ୍ଜାବୀ ଫୁଡ଼ ଫେଷ୍ଟିଭାଲ, ଚାଲିଛି ସୁସ୍ୱାଦୁ ଭୋଜନର ଆସର

ଭୁବନେଶ୍ୱର (କେନ୍ୟୁଜ) : ମେ ଫେୟାରରେ ଥିବା ଟି ପଟ ଠାରେ ପଞ୍ଜାବୀ ଫୁଡ଼ ଫେଷ୍ଟିଭାଲ ଆୟୋଜିତ ହୋଇଛି । ଖାଣ୍ଟି ପଞ୍ଜାବୀ ଖାଦ୍ୟର ଆସର ଜମିଛି ମେ ଫେୟାର ର ଟି ପଟ ଠାରେ । ଓଡ଼ିଆ ସେଫ ମାନେ ନିଜେ ପ୍ରସ୍ତୁତ କରିଛନ୍ତି ଏହି ଖାଇବା । ଭେଜ, ନନ ଭେଜର ବିଭିନ୍ନ ପାରମ୍ପାରିକ ଖାଦ୍ୟ ପ୍ରସ୍ତୁତ କରାଯାଇଛି ।

foodଭେଜରେ ସରସୋ କା ଶାଗ,ପିଣ୍ଡି ଚଣା, ଡାଲ ମଖନୀ, ରାଜମା, ଏପରି ବହୁ ଭେଜଟେବୁଲ ଫୁଡ଼ ପ୍ରସ୍ତୁତ ହୋଇଛି। ସେହିଭଳି ନନ ଭେଜରେ ଆଚାରି ମଟନ , ଭଟି ଦା କୁକଡ଼ ,ଶାଗ ମିଟ ଆଣ୍ଡ ମଛଲି ଅମ୍ରିତସରି ଭଳି ବହୁ ଖାଦ୍ୟ ପ୍ରସ୍ତୁତ କରାଯାଇଛି ।

foodଜୁନ ୧୭ ରୁ ଏହି ଆରମ୍ଭ ହୋଇ ଜୁନ ୨୬ ଯାଏ ଚାଲିଛି । ୧୦ ଦିନ ଧରି ଚାଲିଥିବା ଏହି ଫୁଡ଼ ଫେଷ୍ଟିଭାଲକୁ ବହୁ ଖାଦ୍ୟ ପ୍ରେମୀମାନେ ଆସୁଛନ୍ତି । ତେବେ ପୂର୍ବରୁ ବେଙ୍ଗଲି ଫୁଡ଼ ଫେଷ୍ଟିଭାଲ ମଧ୍ୟ ଆୟୋଜିତ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.