ମାଟିରେ ମିଶୁଛି ପୁରୀର ଐତିହ୍ୟ ସମ୍ପନ୍ନ ଏମାର ମଠ, ଚାଲିଛି ଉଚ୍ଛେଦ ପ୍ରକ୍ରିୟା

ପୁରୀ(କେନ୍ୟୁଜ୍) : ମାଟିରେ ମିଶୁଛି ପୁରୀର ଐତିହ୍ୟ ସମ୍ପନ୍ନ ଏମାର ମଠ । ଆରମ୍ଭ ହୋଇଛି ପୁରୀ ଏମାର ମଠର ଉଚ୍ଛେଦ ପ୍ରକ୍ରିୟା । ଚତୁର୍ଥ ତାଲାରୁ ଭଙ୍ଗାକାର୍ଯ୍ୟ ଆରମ୍ଭ କରାଯାଇଛି। ସେହିପରି ଉପର ମହଲାରେ ଥିବା ରଘୁନନ୍ଦନ ଲାଇବ୍ରେରୀକୁ ଭଙ୍ଗାଯାଉଛି। ୧୯୨୧ ମସିହାରେ ସ୍ଥାପିତ ଏହି ପାଠାଗାରର ସମସ୍ତ ଲାଇବ୍ରେରୀର ସମସ୍ତ ପୁସ୍ତକ ଓ ପୋଥିର ଡିଜିଟାଇଜେସନ କରାଯିବ। ଉଛେଦ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ୨୪ପ୍ଲାଟୁନ୍ ପୋଲିସ ପୋର୍ସ ମୁତୟନ କରାଯିବା ସହ ଘଟଣାସ୍ଥଳରେ ଅତିରିକ୍ତ ଜିଲ୍ଲାପାଳ ଓ ଉପଜିଲ୍ଲାପାଳ ଉପସ୍ଥିତ ଅଛନ୍ତି। OSAFଯବାନ ଓ କୁଇକ୍ ଆକ୍ସନ ଫୋର୍ସ ମଧ୍ୟ ମୁତୟନ କରାଯାଇଛି। ପୁରୁଣା ମଠ ହୋଇଥିବାରୁ ସାପ ଥିବା ଆଶଙ୍କାରେ ସ୍ନେକ୍ ହେଲ୍ପ ଲାଇନ କର୍ମଚାରୀଙ୍କୁ ମଧ୍ୟ ନିୟୋଜିତ କରାଯାଇଛି।