ପୁରୀ ବେଳାଭୂମି ହେବ ବ୍ଲୁ ଫ୍ଲାଗ୍ ବିଚ୍, ଆସନ୍ତା ୪-୫ଦିନ ମଧ୍ୟରେ କାମ ଆରମ୍ଭ ହେବ

ପୁରୀ ବେଳାଭୂମି ହେବ ବ୍ଲୁ ଫ୍ଲାଗ୍ ବିଚ୍। ଆସନ୍ତା ୪-୫ଦିନ ମଧ୍ୟରେ କାମ ଆରମ୍ଭ ହେବ। ସ୍ୱର୍ଣ୍ଣାଭ ପୁରୀ ବେଳାଭୂମିର ଦିଗବାରିଣୀ ସ୍ଥଳରୁ ହୋଟେଲ ମେ’ଫେୟାର ପର୍ଯ୍ୟନ୍ତ ବେଳାଭୂମି ବ୍ଲୁ ଫ୍ଲାଗ୍ ବିଚ୍ ମାନ୍ୟତା ପାଇବାକୁ ଚିହ୍ନଟ ହୋଇଛି। ଏଥିପାଇଁ ଭାରତ ସରକାର ୧୦କୋଟି ଏବଂ ଅନ୍ତର୍ଜାତୀୟ ସମନ୍ଵିତ ଉପକୂଳ ପରିଚାଳନା ପ୍ରକଳ୍ପ ଦୁଇ କୋଟି ଟଙ୍କା ଖର୍ଚ୍ଚ କରିଛି।
କେନ୍ଦ୍ର ସରକାରଙ୍କ ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ଦେଶର ୧୩ଟି ବେଳାଭୂମିକୁ ବ୍ଲୁ ଫ୍ଲାଗ୍ ବିଚ୍ ମାନ୍ୟତା ପାଇଁ ଚୟନ କରିଛନ୍ତି। ପୂର୍ବରୁ ଚନ୍ଦ୍ରଭାଗା ବେଳାଭୂମି ଏହି ତାଲିକାରେ ଥିଲା। ସମନ୍ଵିତ ଉପକୂଳ ପରିଚାଳନା ପ୍ରକଳ୍ପ , ଜାତୀୟ ସାମୁଦ୍ରିକ ଓ ପ୍ରଯୁକ୍ତି ବିଦ୍ୟା ପ୍ରତିଷ୍ଠାନ, ନେସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସଷ୍ଟେନେବୁଲ୍ କୋଷ୍ଟାଲ ମ୍ୟାନେଜମେଣ୍ଟ ବିଶେଷଜ୍ଞ ଦଳ ଅନୁଧ୍ୟାନ କରିବା ପରେ, ପୁରୀ ବେଳାଭୂମି ବ୍ଲୁ ଫ୍ଲାଗ୍ ବିଚ୍ ମାନ୍ୟତା ପାଇଛି। ଏହି ମାନ୍ୟତା ପାଇଁ ୩୩ଟି ସର୍ତ୍ତପୂରଣ କରିବାକୁ ପଡିବ। ପୁରୀ ବେଳାଭୂମିର ବିକାଶ ପାଇଁ କେନ୍ଦ୍ର ସରକାର ୧୦କୋଟି ଟଙ୍କା ଯୋଗାଇଛନ୍ତି। ଏଥିପାଇଁ ପୁନେର ଏକ ସଂସ୍ଥାକୁ ନିଯୁକ୍ତ କରାଯାଇଛି। ୮୦୦ ମିଟର ଇଲାକାରେ ପ୍ରକଳ୍ପ, ପର୍ଯ୍ୟଟକ ଅଭ୍ୟର୍ଥନା କେନ୍ଦ୍ର,ବାଥିଙ୍ଗ୍ କଂପ୍ଲେକ୍ସ,ପବ୍ଲିକ୍ ଟଏଲେଟର ବ୍ୟବସ୍ଥା ହେବ।