ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଚଳଚଞ୍ଚଳ ରଥଖଳା: ବର୍ତ୍ତମାନ ସୁଦ୍ଧା ୩ଟି ରଥର ୧୫ଟି ରଥ ଚକ ନିର୍ମାଣ ଶେଷ

ପୁରୀ(କେନ୍ୟୁଜ୍‌): ଆସୁଛି ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଏଥିପାଇଁ ଚଳଚଞ୍ଚଳ ରଥଖଳା। ଜୋରସୋରରେ ଚାଲିଛି ରଥନିର୍ମାଣ କାମ । ପବିତ୍ର ଅକ୍ଷୟ ତୃତୀୟା ତିଥିରୁ ଆରମ୍ଭ ହୋଇଛି ରଥକାମ । ବର୍ତ୍ତମାନ ସୁଦ୍ଧା ୩ଟି ରଥର ୧୫ଟି ରଥ ଚକ ନିର୍ମାଣ ଶେଷ ହୋଇଛି।

ତାଳଧ୍ୱଜ ରଥର ୫ଟି, ଦେବଦଳନ ରଥର ୪ଟି ଏବଂ ନନ୍ଦିଘୋଷ ରଥର ୬ଟି ଚକ ନିର୍ମାଣ ଶେଷ ହୋଇଛି। ଏହାଛଡା ତିନି ରଥର ଆଉ ଦୁଇ ଦୁଇଟି ତୁମ୍ବରେ ଅର ସଂଯୋଗ ହୋଇ ସିଙ୍ଗଡା ବାଡିଆ, ତୁମ୍ବରେ ଅଖବିଦ୍ଧ, ପଇବିନ୍ଧ କାର୍ଯ୍ୟ ହେଉଛି। ଏଥିସହିତ ୩ ରଥର ରୂପକାର ସେବକମାନେ କୋଣ ଗୁଜ ଗୁଡିକରେ ମହାପ୍ରଭୁ ଶ୍ରୀନୃସିଂହ ଦେବଙ୍କ ରୂପ ଖୋଦେଇ ଜାରୀ ରଖିଛନ୍ତି। ଆସନ୍ତା ଭଉଁରୀ ତିଥିରେ ଚକ ଅଖ ସଂଯୋଗ କରାଯିବ।

Leave A Reply

Your email address will not be published.