ଆଜି ବସୁଛି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ, ବିଭିନ୍ନ ପ୍ରସଙ୍ଗରେ ହେବ ଆଲୋଚନା

ପୁରୀ(କେନ୍ୟୁଜ୍): ଆଜି ବସୁଛି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ଗଜପତି ମହରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ସାଢେ ୧୦ଟାରେ ନୀଳାଦ୍ରି ଭକ୍ତ ନିବାସରେ ବୈଠକ ବସିବ । ଏହି ବୈଠକରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହେବ । ସ୍ନାନଯାତ୍ରା ଓ ରଥଯାତ୍ରାର ହେବ ସମୀକ୍ଷା ।

ଏହାସହ ଗୁରୁକୂଳ ନିର୍ମାଣ, ସେବାୟତଙ୍କ ଆବାସ ଯୋଜନା, ୟୁନିଫର୍ମ ପଲିସି ନେଇ ମଧ୍ୟ ଆଲୋଚନା କରାଯିବ । ବୈଠକରେ ମହାପ୍ରଭୁଙ୍କ ଜମି ବିକ୍ରି ସମ୍ପର୍କରେ ଆଲୋଚନା ହୋଇପାରେ । ଆଜିର ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏସ୍‌ପିଙ୍କ ସହ ପରିଚାଳନା କମିଟିର ସଦସ୍ୟ ଓ ସେବାୟତ ପ୍ରତିନିଧି ଉପସ୍ଥିତ ରହିବେ ।

Leave A Reply

Your email address will not be published.