ପୁରୀ-ହାଓ୍ଵଡା ତପସ୍ୱିନୀ ଏକ୍ସପ୍ରେସ ଅଗ୍ନିକାଣ୍ଡ ଘଟଣା : ମୁଖ୍ୟ ଅଭିଯୁକ୍ତ ଅଶୋକ ପ୍ରଧାନ ଗିରଫ

ପୁରୀ : ପୁରୀ-ହାଓ୍ଵଡା ତପସ୍ୱିନୀ ଏକ୍ସପ୍ରେସ ଅଗ୍ନିକାଣ୍ଡ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ । ଅଭିଯୁକ୍ତ ହେଲେ ପୁରୀ ବ୍ରହ୍ମଗିରିର ଅଶୋକ ପ୍ରଧାନ । ଆର୍‌ପିଏଫ୍‌ ଓ ଜିଆର୍‌ପି ତାଙ୍କୁ ଗିରଫ କରିଛନ୍ତି । ସିସିଟିଭି ଫୁଟେଜରୁ ଅଭିଯୁକ୍ତକୁ ଚିହ୍ନଟ କରାଯାଇଥିଲା। ଟ୍ରେନରେ ଗଞ୍ଜେଇ ଟାଣୁଥିବା ବେଳେ ଅଗ୍ନିକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଗତ ୨୨ ତାରିଖରେ ପୁରୀ ରେଳ ଷ୍ଟେସନରେ ତପସ୍ୱିନୀ ଏକ୍ସପ୍ରେସ ଠିଆ ହୋଇଥିବା ବେଳେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା। S-4 ବଗି ଜଳିଯାଇଥିବା ବେଳେ,ଆଉ ଦୁଇଟି କୋଚ୍‌ କ୍ଷତିଗ୍ରସ୍ତ ହୋଇଥିଲା ।