ମାଳତିପାଟପୁର ନିକଟରେ ପୁରୀ-ହାୱର୍ଡା ଏକ୍ସପ୍ରେସ ଟ୍ରେନ ଲାଇନଚ୍ୟୁତ, ଟ୍ରେନ ଚଳାଚଳରେ ବିଳମ୍ବ

ପୁରୀ(କେନ୍ୟୁଜ୍):ମାଳତିପାଟପୁର ନିକଟରେ ଟ୍ରେନ ଲାଇନଚ୍ୟୁତ। ପୁରୀ ହାୱର୍ଡା ଏକ୍ସପ୍ରେସର ୩ଟି ବଗି ଲାଇନଚ୍ୟୁତ। ୩ଟି ବଗି ଲାଇନଚ୍ୟୁତ ହେବାରୁ ପୁରୀ-ହାୱଡା ଏକ୍ସପ୍ରେସ ଚାଲିବାରେ ବିଳମ୍ବ ହେଇଛି। ଫଳରେ ପୁରୀ ରେଳଷ୍ଟେସନକୁ ଦୁଇଟି ଟ୍ରାକରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ୩ଟି ବଗି ଯାତ୍ରୀବିହୀନ ଥିଲା ବୋଲି ସୂଚନା ମିଳିଛି। ମାଳତିପାଟପୁର ଠାରୁ ପୁରୀ ଯିବା ବେଳେ ଲାଇନଚ୍ୟୁତ ହୋଇଥିବା ଜଣାଯାଇଛି। ଖବର ପାଇ ଆରପିଫ,ଜିଆରପି ଓ ରେଳ ବିଭାଗର ଅଧିକାରୀ ପହଂଚିଛନ୍ତି ।