ଆସନ୍ତାକାଲି ଶ୍ରୀମନ୍ଦିର ବନ୍ଦ: ବାମନ ଜନ୍ମ, ସୁନିଆ ଓ ବିଶ୍ୱକର୍ମା ପୂଜା ଥିବାରୁ ଶ୍ରୀଜିଉଙ୍କ ଦର୍ଶନ ପାଇବେନି ଭକ୍ତ

ପୁରୀ(କେନ୍ଯୁଜ୍): ଆସନ୍ତାକାଲି ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ । ଶ୍ରୀଜିଉଙ୍କ ଦର୍ଶନ ପାଇବେନି ଭକ୍ତ । କାଲି ବାମନ ଜନ୍ମ, ସୁନିଆ ଓ ବିଶ୍ୱକର୍ମା ପୂଜା ଥିବାରୁ ଦର୍ଶନ ବନ୍ଦ ରହିବ ।

କୋଭିଡ ନିୟନ୍ତ୍ରଣ ପାଇଁ ବିଶେଷ ଦିନ ଗୁଡିକରେ ଦର୍ଶନ ବନ୍ଦ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପୂର୍ବରୁ ନିଷ୍ପତ୍ତି ନିଆଯାଇଥିଲା । ପ୍ରତି ରବିବାର ମନ୍ଦିର ସାନିଟାଇଜ୍‌ ପାଇଁ ଦର୍ଶନ ବନ୍ଦ ରହୁଛି।