ଆଜି ଶ୍ରୀକ୍ଷେତ୍ରରେ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ

ପୁରୀ(କେନ୍ୟୁଜ): ଆଜି ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ। ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ବନ୍ଦ ରହିବ ଦର୍ଶନ। ସ୍ନାନଯାତ୍ରା ପରିପ୍ରେକ୍ଷୀରେ ଚାରମାଳ ବନ୍ଧା ଓ ସେନାପଟା ଲାଗି ନୀତି ନିମନ୍ତେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।

ଗତକାଲି ବିଳମ୍ବିତ ରାତିରେ ବାହୁଟକଣ୍ଟ ସହ କୋଠସୁଆସିଆମାନେ ଚାରମାଳ ବାନ୍ଧିଛନ୍ତ । ଆଜି ଦଇତାପତିମାନଙ୍କ ଦ୍ଵାରା ପାଟବସ୍ତ୍ର ଆଚ୍ଛାଦିତ କରାଯାଇ ଶ୍ରୀଜିଉଙ୍କୁ ସେନାପଟା ଲାଗି କରାଯିବ ।

ସେପଟେ ଆସନ୍ତାକାଲି ଶ୍ରୀକ୍ଷେତ୍ରରେ ପବିତ୍ର ସ୍ନାନ ପୂର୍ଣ୍ଣିମା ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଭୋର ୪ଟାରୁ ପହଣ୍ଡି ପରେ ଜଳ ବିଜେ, ଦିବ୍ୟସ୍ନାନ ଓ ପରେ ଗଜବେଶ ଦର୍ଶନର ସୁଯୋଗ ମିଳବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.