ଶ୍ରୀ ବିଗ୍ରହମାନଙ୍କ ସେନାପଟା ଲାଗି ନୀତି, ଆଜି ରାତି ୧୨ରୁ କାଲି ଦିନ ୧୧ଟା ପର୍ଯ୍ୟନ୍ତ ଦର୍ଶନ ବନ୍ଦ

ପୁରୀ (କେନ୍ୟୁଜ): ଆଉ ଦିନକ ପରେ ଦେବସ୍ନାନ ପୂର୍ଣ୍ଣିମା । ଆଜିଠୁ ଆରମ୍ଭ ହୋଇଛି ଦେବସ୍ନାନ ପୂର୍ଣ୍ଣିମା ନେଇ ପ୍ରସ୍ତୁତି । ଆସନ୍ତା କାଲି ଶ୍ରୀ ବିଗ୍ରହମାନଙ୍କ ସେନାପଟା ଲାଗି ନୀତି ଅନୁଷ୍ଠିତ ହେବ। ଏଣୁ ବଡ଼ସିଂହାର ଭୋଗ ଶେଷ ହେବା ପରେ ଆଜି ରାତି ୧୨.୦୦ ଟାରୁ ଆସନ୍ତା କାଲି ଦିନ ୧୧ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।

ସେହିପରି ଆଜି ଶ୍ରୀମନ୍ଦିରରେ ଦଇତା ପ୍ରବେଶ ନୀତି ଅନୁଷ୍ଠିତ ହେବ । ଘୋଷଯାତ୍ରା ପାଇଁ ଶ୍ରୀମନ୍ଦିରରେ ପ୍ରବେଶ କରନ୍ତି ଦଇତାପତି । ସନ୍ଧ୍ୟାଧୂପ ପରେ ଦଇତାପତି ସେବାୟତ ମହାପ୍ରଭୁଙ୍କୁ ବାହୁଟ କଣ୍ଟ ଲାଗି କରିବେ । ସ୍ନାନଯାତ୍ରା ପହଣ୍ଡି ପାଇଁ କୋଠସୁଆଂସିଆ ସେବକମାନେ ଆଜି ରତ୍ନସିଂହାସନରେ ଚାରମାଳ ବାନ୍ଧିବାର କାର୍ଯ୍ୟକ୍ରମ ରହିଛି। ଆସନ୍ତାକାଲି ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସୁରକ୍ଷା ପାଇଁ ଦଇତାପତିମାନେ ସେନାପଟ ଲାଗି କରିବେ। ଏସସ୍ତ ନୀତି ପାଇଁ ଦଇତାପତିମାନେ ଆଜି ଶ୍ରୀମନ୍ଦିରରେ ପ୍ରବେଶ କରିଛନ୍ତି । ସ୍ନାନଯାତ୍ରା, ଶ୍ରୀଗୁଣ୍ଡିଚା ଯାତ୍ରା, ଆଡ଼ପ ପହଣ୍ଡି ବାହୁଡା଼ ଯାତ୍ରା ଓ ନୀଳାଦ୍ରି ବିଜେ ପହଣ୍ଡି ସମୟରେ ଏହି ସେନାପଟା ଓ ବାହୁଟ ସୁରକ୍ଷା ପ୍ରଦାନ କରିଥାଏ ।

 

 

You might also like