ରାଜ୍ୟବାସୀଙ୍କ ପାଇଁ ଖୁସି ଖବର, କାଲିଠାରୁ ଭକ୍ତ କରିପାରିବେ ଜଗାଦର୍ଶନ
ପୁରୀ (କେନୁ୍ୟୁଜ) : ଆସନ୍ତା କାଲିଠାରୁ ଖୋଲିବ ଶ୍ରୀମନ୍ଦିର l ଭକ୍ତଙ୍କ ଦର୍ଶନ ବ୍ୟବସ୍ଥା ପାଇଁ ଜାରି ହେଲା ନୂଆ ଏସଓପି l ଶ୍ରୀମନ୍ଦିର ଖୋଲିବା ନେଇ ଏସଓପି ଜାରି କରିଛି ମନ୍ଦିର ପ୍ରଶାସନ । ଦୈନିକ ସକାଳ ୬ଟାରୁ ରାତି ୯ଟା ପର୍ଯ୍ୟନ୍ତ ଖୋଲା ରହିବ ଶ୍ରୀମନ୍ଦିର । ସାନିଟାଇଜେସନ ପାଇଁ ପ୍ରତି ରବିବାର ଶ୍ରୀମନ୍ଦିର ବନ୍ଦ ରହିବ । ଶ୍ରଦ୍ଧାଳୁମାନେ ସାଥିରେ ଆଧାର/ଭୋଟର କାର୍ଡ ଆଣି ଆସିବେ । ଆଧାର/ଭୋଟର କାର୍ଡ ସହିତ ଡବଲ ଡୋଜ୍ ଟିକା ସାର୍ଟିଫିକେଟ ବି ଜରୁରୀ । ନଚେତ୍ ୯୬ ଘଣ୍ଟାର ମଧ୍ୟରେ ହୋଇଥିବା ଟେଷ୍ଟ ନେଗେଟିଭ ରିପୋର୍ଟ ଦେଖାଇବା ଜରୁରୀ ।
ଦର୍ଶନ ସମୟରେ ସାମାଜିକ ଦୂରତାରକ୍ଷା ଓ ହାତ ସାନିଟାଈଜ କରିବାକୁ ପରାମର୍ଶ l ୧୮ ରୁ ୬୦ ବର୍ଷ ବୟସ୍କ ସେବାୟତଙ୍କୁ ତୃତୀୟ ବୁଷ୍ଟର ଡୋଜ ଟୀକାଦିଆଯିବl ପାଇଁ ହୋଇଛି ବ୍ୟବସ୍ଥା l ସେହିପରିସବୁ ଶ୍ରଦ୍ଧାଳୁ ମାସ୍କ, ସାନିଟାଇଜର, ସାମାଜିକ ଦୂରତ୍ୱ ମାନିବା ପାଇଁ ବାଧ୍ୟତାମୂଳକ ରହିଛି।