ରାମ ମନ୍ଦିର ନିର୍ମାଣରେ ବିଳମ୍ବ ପ୍ରସଙ୍ଗ , କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ଜଗତଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ

ପୁରୀ(କେନ୍ୟୁଜ୍) : ରାମ ମନ୍ଦିର ନିର୍ମାଣରେ ବିଳମ୍ବ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ପୁରୀ ଗୋବର୍ଦ୍ଧନ ପୀଠାଧୀଶ ଜଗତଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ । ସାଢେ ଚାରି ବର୍ଷ ଭିତରେ କେନ୍ଦ୍ରରେ ମୋଦି ସରକାର କଣ କରୁଥିଲେ ବୋଲି ସେ ପ୍ରଶ୍ନ କରିଛନ୍ତି । ସାଧୁସନ୍ଥଙ୍କ ଉଦ୍ୟମରେ ଖୁବଶୀଘ୍ର ରାମ ମନ୍ଦିର ନିର୍ମାଣ ହେବ ବୋଲି ସେ କହିଛନ୍ତି ।

axc ସେହିପରି ପୁରୀରେ ମହାପ୍ରଭୁଙ୍କୁ ୧୨ ଘଣ୍ଟା ଉପବାସରେ ରଖିବା ଗ୍ରହଣୀୟ ନୁହେଁ । ‘ଏହା ପଛରେ ବିଦେଶୀଙ୍କ ଷଡ଼ଯନ୍ତ୍ର ଅଛି ବୋଲି କହିବା ସହ ସୃଷ୍ଟି ପାଇଁ ଏକ ମହାବିପତ୍ତିର ସଙ୍କେତ ବୋଲି ମହୋଦଧି ଆରତି କାର୍ଯ୍ୟକ୍ରମରେ ଶଙ୍କରାଚାର୍ଯ୍ୟ ଉଦବେଗ ପ୍ରକାଶ କରିଛନ୍ତି । ପୁରୀ ବେଳାଭୂମିରେ ଦ୍ୱାଦଶ ମହୋଦଧି ଆଳତୀ ଅନୁଷ୍ଠିତ ହୋଇଛି । ଏହି ଅବସରରେ ଗଜପତି ମହାରାଜ ଦିବ୍ୟସିଂହ ଦେବ, ବିଭିନ୍ନ ମଠର ମଠାଧୀଶ ଓ ସାଧୁସନ୍ଥ ଉପସ୍ଥିତ ଥିଲେ ।