ସୁପ୍ରିମକୋର୍ଟ: ଶ୍ରୀମନ୍ଦିର ପରିଚାଳନା ନେଇ ପୁରୀ ଜିଲ୍ଲା ଜଜ୍ ଦେଇଥିବା ରିପୋର୍ଟକୁ ଗ୍ରହଣ କରିଛନ୍ତି

puriପୁରୀ: ଶ୍ରୀମନ୍ଦିର ପରିଚାଳନା ନେଇ ପୁରୀ ଜିଲ୍ଲା ଜଜ୍ ଦେଇଥିବା ରିପୋର୍ଟକୁ ଗ୍ରହଣ କରିଛନ୍ତି ସୁପ୍ରିମକୋର୍ଟ । ଏବେ ଆସନ୍ତୁ ଦେଖିବା ପୁରୀ ଜିଲ୍ଲା ଜଜ୍ ତାଙ୍କ ରିପୋର୍ଟରେ କଣ ଲେଖିଛନ୍ତି। ବଂଶାନୁକ୍ରମିକ ଭାବେ ସେବାୟତ ନିଯୁକ୍ତିକୁ ଉଚ୍ଛେଦ କରିବା, ସେବକଙ୍କ ଦ୍ୱାରା ଅନ୍ନଦାନ ଆଟିକା ପାଇଁ ଦାନ ଗ୍ରହଣ ଓ ପୂଜା ସମୟରେ ଥାଳି ଧରି ଦକ୍ଷିଣା ମାଗିବାକୁ ଉଚ୍ଛେଦ କରିବା, ରୋଷ ଘର ଉପରେ ଶ୍ରୀମନ୍ଦିର ପ୍ରଶାସନର ନିୟନ୍ତ୍ରଣ, ଧାଡ଼ିରେ ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ବ୍ୟବସ୍ଥା, ହୁଣ୍ଡିରୁ ଦାନ ସଂଗ୍ରହ ଉପରେ ନଜର ରଖିବା, ମନ୍ଦିର ପାଣ୍ଠିର ଆକାଉଣ୍ଟାଣ୍ଟ ଜେନେରାଲଙ୍କ ଦ୍ୱାରା ଅଡିଟ୍ କରିବା, ସେବକ ଓ କର୍ମଚାରୀଙ୍କ ପାଇଁ ପରିଚୟ ପତ୍ର, ମନ୍ଦିର କାର୍ୟ୍ୟାଳୟରେ ଗାଇଡଙ୍କ ପଞ୍ଜୀକରଣ, ମନ୍ଦିର ପ୍ରଶାସନରେ ଅତ୍ୟଧିକ କର୍ମଚାରୀ ଥିବାରୁ ତାକୁ ହ୍ରାସ କରିବା ଏବଂ ଶ୍ରୀଜଗନ୍ନାଥ ମନ୍ଦିର ଆଇନ ୧୯୫୪ରେ ସଂଶୋଧନ ପାଇଁ ଜିଲ୍ଲା ଜଜ୍ ପ୍ରସ୍ତାବ ଦେଇଛନ୍ତି।

courtଏହି ପ୍ରସ୍ତାବକୁ ନୀତିଗତ ଭାବେ ସୁପ୍ରିମକୋର୍ଟ ଗ୍ରହଣ କରିଛନ୍ତି। ଏହାକୁ କାର୍ୟ୍ୟକାରୀ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନକୁ କୁହାଯାଇଛି। ଜିଲ୍ଲା ଜଜ୍ ଚାହିଁଲେ ଅଗଷ୍ଟ ୩୧ ତାରିଖ ସୁଦ୍ଧା ଆଉ କିଛି ପ୍ରସ୍ତାବ ଦେଇ ପାରିବେ। ଏହାସହ ରାଜ୍ୟ ସରକାରଙ୍କ ଦ୍ୱାରା କମିଟି ଅଗଷ୍ଟ ୩୧ ତାରିଖ ସୁଦ୍ଧା ରିପୋର୍ଟ ଦେବାକୁ କୁହାଯାଇଛି। ସେପଟେ ସୁପ୍ରିମକୋର୍ଟ ମନ୍ଦିର ପରିଚାଳନା କମିଟିକୁ ଏକ ପ୍ରସ୍ତାବ ଦେଇଛନ୍ତି। ଡ୍ରେସ କୋଡ୍ ଓ ଉପଯୁକ୍ତ ଘୋଷଣା ଭଳି କିଛି ନିର୍ଦ୍ଧିଷ୍ଟ ନିୟମାବଳୀ ସହ ସମସ୍ତଙ୍କୁ ଭଗବାନଙ୍କୁ ପୂଜା କରିବାକୁ ଅନୁମତି ଦେବା ଉପରେ ବିଚାର କରାଯାଉ ବୋଲି କୋର୍ଟ କହିଛି। ସେପ୍ଟେମ୍ବର ୫ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ରହିଛି।

Leave A Reply

Your email address will not be published.