Mobile Robbery: ଅସ୍ତରଙ୍ଗ ମୋବାଇଲ ଲୁଟର ଖୁଲାସା, ୪୦ ମୋବାଇଲ ଜବତ ଓ ୩ ଗିରଫ

କାକଟପୁର: କୋଣାର୍କ ଅସ୍ତରଙ୍ଗ ବଜାରରୁ ୪୦ ଲକ୍ଷ ଟଙ୍କାର ମୋବାଇଲ ଲୁଟ୍ । ୟୁପିରୁ ୩ ଡକାୟତ ଗିରଫ । ଅସ୍ତରଙ୍ଗ ବଜାରରେ ଥିବା ମହାନ୍ତି କମୁନିକେଶନରୁ ଲୁଟ୍ ହୋଇଥିଲା । ଡକାୟତ ମାନେ ଦୋକାନର ସଟର ତାଡ଼ି ୩ଟି ଆଇ ଫୋନ ସହିତ ବିଭିନ୍ନ କମ୍ପାନିର ୬୦ଟି ଦାମୀ ମୋବାଇଲ ଏବଂ ନଗଦ ୩ ଲକ୍ଷ ଟଙ୍କା ଲୁଟି ନେଇଥିଲେ । ଏହି ଘଟଣାରେ ପୁରୀ ଏସପି ପ୍ରତୀକ ସିଂହ ଏକ ଟିମ୍ ଗଠନ କରି ଉତ୍ତର ପ୍ରଦେଶ ଯାଇଥିଲେ। ସେଠାରେ ପହଞ୍ଚି ଡକାୟତଙ୍କୁ କାବୁ କରିବା ସହିତ ୪୦ଟି ମୋବାଇଲ ଜବତ କରିଥିଲେ।

ଏହା ପୁରୀ ପୋଲିସର ଏକ ବଡ ସଫଳତା । ସୂଚନା ଅନୁସାରେ, ଡକାୟତମାନେ ରାତିରେ ଅସ୍ତରଙ୍ଗ ବଜାରରେ ଥିବା ମହାନ୍ତି କମୁନିକେଶନର ସଟର ତାଡ଼ି ଦୋକାନ ଭିତରେ ପଶିଥିଲେ। ଏହାପରେ ଦୋକାନରେ ଥିବା ବିଭିନ୍ନ କମ୍ପାନିର ଦାମୀ ମୋବାଇଲ ଲୁଟି ନେଇଥିଲେ। ଲୁଟ୍ ହୋଇଥିବା ସାମଗ୍ରୀ ମଧ୍ୟରେ ୩ଟି ଆଇଫୋନ୍ ସମେତ ପ୍ରାୟ ୬୦ଟି ଦାମୀ ମୋବାଇଲ ରହିଥିଲା। ଏହା ସହିତ ଦୋକାନରୁ ନଗଦ ୩ ଲକ୍ଷ ଟଙ୍କା ମଧ୍ୟ ଲୁଟି ନେଇଥିଲେ ଡକାୟତ। ଜବତ ମୋବାଇଲଗୁଡ଼ିକର ମୂଲ୍ୟ ବହୁ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି।

Also Read: Kandhamal Janmashtami: ପବିତ୍ର ଜନ୍ମାଷ୍ଟମୀ ପାଇଁ ଚଳଚଞ୍ଚଳ କନ୍ଧମାଳ, ସଜେଇ ହେଲା ଆଶ୍ରମ ପରିସର