ବିଶ୍ୱ ସ୍ତରୀୟ ହେବ ପୁରୀ ରେଳଷ୍ଟେସନ: ପ୍ରକଳ୍ପ କାର୍ଯ୍ୟର ନକ୍ସା ଦେଖିଲେ ଅଶ୍ୱିନୀ ବୈଷ୍ଣବ, ରଥଯାତ୍ରା ପାଇଁ ଚାଲିବ ୨୦୫ଟି ଟ୍ରେନ୍

ପୁରୀ(କେନ୍ୟୁଜ):ବଦଳିବ ପୁରୀ ରେଳଷ୍ଟେସନର ଚିତ୍ର। ପୁରୀ ରେଳଷ୍ଟେସନ ହେବ ବିଶ୍ୱ ସ୍ତରୀୟ ରେଳ ଷ୍ଟେସନ । ପୁରୀ ବିଶ୍ୱସ୍ତରୀୟ ଷ୍ଟେସନ ନେଇ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପ୍ରତିକ୍ରିୟା ରଖିଛନ୍ତି। ୩୬୪ କୋଟି ଟଙ୍କାର ପ୍ରକଳ୍ପ କାମ ଦୁଇ ବର୍ଷ ମଧ୍ୟରେ ଶେଷ କରାଯିବ। ବିଶ୍ୱସ୍ତରୀୟ ଷ୍ଟେସନ ବିଲଡ଼ିଂ ସହ ବଡ ଯାତ୍ରୀ ନିବାସ ନିର୍ମାଣ ପାଇଁ ଯୋଜନା କରାଯିବ।
ସ୍ଥାପତ୍ୟ କଳା ଅନୁୟାୟୀ ଡିଜାଇନ୍ ପ୍ରସ୍ତୁତ କରାଯାଇଛି। ୨୦୦ରୁ ୩୦୦ କିଲୋମିଟର ବାତ୍ୟା ସହନଶୀଳ ବିଲଡ଼ିଂ ହେବ ନିର୍ମାଣ। ପୁରୀରେ ଏୟାରପୋର୍ଟ ହେଉଥିବାରୁ ପୁରୀ-ଭୁବନେଶ୍ୱର ପାଇଁ ବିଶ୍ୱସ୍ତରୀୟ ଟ୍ରେନ ଚଳଚାଳ କରିବ। ରଥଯାତ୍ରା ପାଇଁ ୨୦୫ଟି ଟ୍ରେନ୍ ଚଳାଚଳ ସହ ମୋବାଇଲ୍ ଟିକେଟ୍ ବ୍ୟବସ୍ଥା କରାଯିବ। ସୁରକ୍ଷା ବ୍ୟବସ୍ଥା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି।
ଏହି ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ଏହାର ଅନୁଧ୍ୟାନ କରିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଆଜି ପୁରୀ ରେଳ ଷ୍ଟେସନରେ ପହଞ୍ଚି ଭିତ୍ତିଭୂମି ତଦାରଖ କରିବା ସହ ପ୍ରକଳ୍ପ କାମର ନକ୍ସା ବୁଲି ଦେଖିଥିଲେ। ରେଳବାଇ ଅଧିକାରୀମାନେ ତାଙ୍କୁ ନବନିର୍ମିତ ପ୍ଲାଟଫର୍ମ , ଯାତ୍ରୀ ରହଣୀସ୍ଥଳ, ଏସ୍କେ ଲେଟର, ଲିଫ୍ଟ ଓ ଅନ୍ୟାନ୍ୟ ଅତ୍ୟାଧୁନିକ ବ୍ୟବସ୍ଥା ହେବା ନେଇ ଅବଗତ କରିଥିଲେ।