ପୁରୀରେ ନାବାଳିକା ଗଣଦୁଷ୍କର୍ମ ମାମଲା: ୨ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ, ଅନ୍ୟ ୨ ଜଣଙ୍କୁ ଖୋଜୁଛି ପୋଲିସ୍

ପୁରୀ(କେନ୍ୟୁଜ୍): ପୁରୀରେ ନାବାଳିକା ଗଣଦୁଷ୍କର୍ମ ମାମଲାରେ ୨ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ଅନ୍ୟ ୨ ଅଭିଯୁକ୍ତଙ୍କୁ ଖୋଜୁଛି ପୋଲିସ। ୨୦ ଦିନ ଭିତରେ ମାମଲାରେ ଚାର୍ଜସିଟ୍ ଦାଖଲ କରିବ ପୁରୀ ପୋଲିସ । ସାଇଣ୍ଟିଫିକ୍ ଟିମ୍ ସହ ପୁରୀ ପୋଲିସର ୪ଟି ସ୍ୱତନ୍ତ୍ର ଟିମ୍ ତଦନ୍ତ ଜାରି ରଖିଛି। ଫାଷ୍ଟଟ୍ରାକ୍ କୋର୍ଟରେ ବିଚାର ପାଇଁ ଆବଶ୍ୟକ ହେଲେ ସ୍ୱତନ୍ତ୍ର ସରକାରୀ ଓକିଲ ନିଯୁକ୍ତି କରାଯିବ ବୋଲି କହିଛନ୍ତି କେନ୍ଦ୍ରାଞ୍ଚଳ ଡିଆଇଜି। ଲିଫ୍ଟ ଦେବା ବାହାନାରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗକୁ ଗୁରୁତର ସହ ନେଇଛି ପୋଲିସ। ଏସ୍‌ପିଙ୍କ ନେତୃତ୍ୱରେ ଘଟଣାର ତଦନ୍ତ କରୁଛନ୍ତି ଚାରିଟି ସ୍ୱତନ୍ତ୍ର ଟିମ୍‌। ସାଇଣ୍ଟିଫିକ୍ ଟିମ୍ ବି ଖୋଳତାଡ଼ ଚଳାଇଛି । ରେକର୍ଡ ହୋଇଛି ପୀଡ଼ିତାଙ୍କ ବୟାନ । ଡାକ୍ତରୀ ମାଇନା କରାଯାଇଛି। ପୀଡ଼ିତାଙ୍କ ମାନସିକ ସନ୍ତୁଳନ ଠିକ୍ ରଖିବାକୁ କାଉନସେଲିଂ କରୁଛନ୍ତି ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ।