ଚଳଚଞ୍ଚଳ ରଥ ଖଳା, ଆଗେଇ ଚାଲିଛି ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ

ପୁରୀ(କେନ୍ୟୁଜ୍): ଦ୍ରୁତ ଗତିରେ ଆଗେଇ ଚାଲିଛି ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ । ଚଳଚଞ୍ଚଳ ରଥ ଖଳା l ତିନି ରଥର ଚକ ନିର୍ମାଣ ସହ ମୁହାଣ୍ଟ ଏବଂ ନିରାଡି ଚଉପଟ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି l ପ୍ରତି ରଥର ଚାରି ପାର୍ଶ୍ୱରେ ଗୋଟିଏ ଗୋଟିଏ ନିରାଡି ଏବଂ ଗୋଟିଏ ଗୋଟିଏ ମୁହାଣ୍ଟ ଲାଗିଥାଏ।
ତାଳଧ୍ଵଜ ରଥର ୧୪ ଚକ ମଧ୍ୟରୁ ୯ ଗୋଟି ଚକ ନିର୍ମାଣ ଶେଷ ହୋଇଛି। ଦର୍ପଦଳନ ରଥର ୧୨ ଗୋଟି ଚକ ମଧ୍ୟରୁ ଦେବୀ ରଥର ମହାରଣା ସେବକ ମାନେ ୯ଗୋଟି ଚକ ନିର୍ମାଣ ଶେଷ କରିଛନ୍ତି l ଏହାଛଡା ଦୁଇଟି ଲେଖାଏଁ ନୀରାଡି ଏବଂ ମୁହାଣ୍ଟର ଚଉପଟ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ନନ୍ଦିଘୋଷ ରଥର ୧୬ ଗୋଟି ଚକ ମଧ୍ୟରୁ ଆଜି ସୁଦ୍ଧା ୧୦ ଗୋଟି ଚକ ନିର୍ମାଣ ଶେଷ ହୋଇଛି । ତେଣେ ରୂପକାର ସେବକମାନେ ତିନି ରଥର ସାଲଗୁଜ ବା କୋଣଗୁଜ ଗୁଡିକରେ ରୂପ ଖୋଦେଇ ଜାରି ରଖିଛନ୍ତି ।