ପାଖେଇ ଆସୁଛି ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା !

Ratha Yatra ପୁରୀ : ଆଉ ଦୁଇ ଦିନ ରହିଲା ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା। ଅଣସରରେ ଥିବା ଚତୁର୍ଦ୍ଧାମୂର୍ତ୍ତି ଏବେ ସମ୍ପୂର୍ଣ୍ଣ ସୁସ୍ଥ। ଆଜି ତ୍ରୟୋଦଶୀ ତିଥିରେ ରହିଛି ମହାପ୍ରଭୁଙ୍କ ଘଣାଲାଗି ଓ ଖଳି ବିଜେ ନୀତି। ୧୩ ତାରିଖରେ ନବଯୌବନ ବେଶରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ମିଳିବ। ଏଥିପାଇଁ ଭକ୍ତ ବେଶ ଉତ୍କଣ୍ଠିତ। ମହାପ୍ରଭୂଙ୍କ ଶରୀରରେ ଥିବା ପୁରାତନ ବାସୁଙ୍ଗା ପାଟର ଆସ୍ତରଣକୁ କାଢି ନୂତନ ପାଟର ଆସ୍ତରଣ ଦିଆଯାଇଛି। ଏହାକୁ ଘଣା ଲାଗି କୁହାଯାଉଥିବା ବେଳେ ଆଜି ଏହି ନୀତି ସଂପାଦିତ ହେବ। ଏହାଛଡା ଆଜି ସୁଦ୍ଧ ସୁଆଁରଙ୍କ ଘରୁ ଶ୍ରୀମନ୍ଦିରକୁ ଖଳି ବିଜେ ହେବ।

ସୁଦ୍ଧ ସୁଆରମାନେ ମହାପ୍ରଭୂଙ୍କ ଶ୍ରୀଅଙ୍ଗ ପାଇଁ ଅଟା ଓ କଇଁଥ ଅଟାରେ ପ୍ରସ୍ତୁତ ଏକ ସ୍ୱତନ୍ତ୍ର ପ୍ରଲେପ ପ୍ରସ୍ତୁତ କରିବେ। ଏହାକୁ ଦଇତାପତିମାନେ ଶ୍ରୀଜିଉଙ୍କ ଶ୍ରୀମୁଖରେ ଲେପନ କରିବେ। ଗତକାଲି ଦ୍ୱାଦଶୀ ତିଥିରେ ଶେଷ ହୋଇଛି ରାଜପ୍ରସାଦ ବିଜେ ନୀତି। ଶ୍ରୀନଅରକୁ ଯାଇ ଦଇତାପତିମାନେ ଗଜପତି ମହାରାଜାଙ୍କୁ ମହାପ୍ରଭୁଙ୍କ ସୁସ୍ଥତାର ବାର୍ତ୍ତା ଦେଇଥିଲେ। ସେପଟେ ରଥ ନିର୍ମାଣ ଓ ଅନ୍ୟ ସବୁ ପ୍ରସ୍ତୁତି ଶେଷ ପର୍ୟ୍ୟାୟରେ ପହଞ୍ଚିଛି। ରଥ ପ୍ରସ୍ତୁତିରେ ଦମ୍ ଲଗାଇ ଦେଇଛନ୍ତି ମହାରଣା ସେବାୟତ।

Leave A Reply

Your email address will not be published.