ଆସନ୍ତା ୮ରେ ଖୋଲିବ ରତ୍ନଭଣ୍ଡାର, ସ୍ଥିତି ଅନୁଧ୍ୟାନ କରିବେ ସ୍ୱତନ୍ତ୍ର ଟିମ୍‌

ପୁରୀ (କେନ୍ୟୁଜ): ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ଖୋଲିବ ଶ୍ରୀମନ୍ଦିର ଭିତର ରତ୍ନ ଭଣ୍ଡାର । ଜୁଲାଇ ୮ତାରିଖରେ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଖୋଲିବା ନେଇ ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ହୋଇଛି । ରତ୍ନଭଣ୍ଡାର କୋର କମିଟି ସଦସ୍ୟ ଓ ବୈଷୟିକ କମିଟି ସଦସ୍ୟଙ୍କ ଉପସ୍ଥିତିରେ ରତ୍ନ ଭଣ୍ଡାର ଖୋଲିବାକୁ ନିଷ୍ପତ୍ତି ହୋଇଥିବା ପ୍ରତ୍ନତତ୍ତ୍ବ ବିଭାଗ ନିରୀକ୍ଷକ ଡିବି ଗଡ଼ନାୟକ ସୂଚନା ଦିଆଯାଇଛି ।

ପୂର୍ବରୁ ରତ୍ନଭଣ୍ଡାରର ବାହାର ପାର୍ଶ୍ବ କାନ୍ଥ ଲେଜର ସ୍କାନିଂ ହୋଇଛି । ଏଥିରେ ପାର୍ଶ୍ବ କାନ୍ଥରେ ଫାଟ ଥିବା ଜଣାଯାଇଛି। ଫଳରେ ରତ୍ନଭଣ୍ଡାର ଭିତରେ ପାଣି ପଶିଥିବା ସନ୍ଦେହ କରାଯାଉଛି । ଅନୁଧ୍ୟାନ ପରେ ରତ୍ନଭଣ୍ଡାର ମରାମତି କରାଯିବ ବୋଲି ସେ କହିଛନ୍ତି । ପୂର୍ବରୁ ରତ୍ନଭଣ୍ଡାର ଅନୁଧ୍ୟାନ ଓ ଯାଞ୍ଚ ପାଇଁ ଏଏସଆଇ ପକ୍ଷରୁ ୧୪ ଜଣ ସଦସ୍ୟଙ୍କୁ ନେଇ କମିଟି ଗଠନ କରାଯାଇଛି । ୨୦୧୮ ହୋଇଥିବା ଯାଞ୍ଚ ରିପୋର୍ଟ ଅନୁସାରେ ରତ୍ନଭଣ୍ଡାର ବାହାର ଓ ଭିତରେ ଯାହା କିଛି ସମସ୍ୟା ରହିଛି ତାକୁ ମରାମତି କରାଯିବା ସହ ରତ୍ନଭଣ୍ଡାର ଭିତରେ ଥିବା ସୁନା ଅଳଙ୍କାରର ଗଣତି କରାଯିବ।

ସେପଟେ ରତ୍ନଭଣ୍ଡାର ଭିତରେ ମହଣ ମହଣ ସୁନା ମହଜୁଦ ଅଛି । ପ୍ରଥମେ ଏକ ଅସ୍ଥାୟୀ ଘର କରାଯାଇ ସମସ୍ତ ଅଳଙ୍କାର ସ୍ଥାନାନ୍ତର କରି ମରାମତି କରାଯିବ । ପରେ ରତ୍ନ ଭଣ୍ଡାର ଖୋଲାଯିବ । ଏନେଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ର କହିଛନ୍ତି । ଏହାସହ ମହାପ୍ରଭୁଙ୍କ ରାତ୍ର ପହୁଡ ହୋଇ ୪ – ୫ ମାସ ମଧ୍ୟରେ ସମସ୍ତ ପ୍ରକ୍ରିୟା ସମ୍ପୂର୍ଣ୍ଣ କରାଯିବା ପାଇଁ କହିଛନ୍ତି ।

Leave A Reply

Your email address will not be published.